ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପ୍ରତାପୁର : ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ୍ ଗେରେଡ଼ା ଅଞ୍ଚଳର ମାଣପୁର ନିକଟରେ ଗତ ସପ୍ତାହରେ ହାତୀ ମୃତ୍ୟୁ ପରେ ବନ ବିଭାଗ ତତ୍ପର ହୋଇଉଠିଛି। ହାତୀପଲଙ୍କ ଗତିବିଧି ଉପରେ ବରାବର ନଜର ରଖାଯାଇଛି। ତେବେ ହାତୀଙ୍କ ସୁରକ୍ଷା ପାଇଁ କୁଡୁତାଇ, ଗେରେଡା, ହଜପଲ୍ଲୀ, ସମରବନ୍ଧ ଓ ଉମାସାହି ଅଞ୍ଚଳରେ ପ୍ରତିଦିନ ସନ୍ଧ୍ୟାରୁ ତା’ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଉଛି। ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।
ଦିନରେ ମରାମତି ନାମରେ ଓ ରାତିରେ ହାତୀଙ୍କ ସୁରକ୍ଷା ଆଳ ଦେଖାଇ ବିଦ୍ୟୁତ୍ କାଟ୍ ହେଉଥିବାରୁ ୪ଟି ପଞ୍ଚାୟତର ବାସିନ୍ଦା ଅନ୍ଧାରରେ ରହୁଛନ୍ତି। ଅନ୍ୟପକ୍ଷରେ ହାତୀ ଯେଉଁ ସମୟରେ ଆସୁଛି, ସେତେବେଳେ ବିଦ୍ୟୁତ୍ କାଟ୍ କରା ନଯାଇ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ୍ ସେବାକୁ ବିଚ୍ଛିନ୍ନ କରାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ଗୋଟିଏପଟେ ଗ୍ରାମବାସୀ ଅନ୍ଧାରରେ ରହୁଥିବା ବେଳେ ଅନ୍ୟପଟେ ବନ ବିଭାଗ ବିଦ୍ୟୁତ୍ କାଟ୍ କରି ଚିନ୍ତାଶୂନ୍ୟ ହୋଇଯାଉଥିବା ଅଭିଯୋଗ ହୋଇଛି। ପ୍ରାୟ ଏକ ସପ୍ତାହ ହେଲା ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଫଳରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ ଦାବି ହୋଇଛି। ଜଗନ୍ନାଥପ୍ରସାଦ ରେଞ୍ଜର୍ ଉମାକାନ୍ତ ଦାସ କହିଛନ୍ତି ରାତିତମାମ ଦୁଇଟି ଟିମ୍ ପଚାଲୁଣ୍ଡି, କେପିଟି ଓ ବଣିଆପଲ୍ଲୀ, ବାଲିମାଳ ଅଞ୍ଚଳରେ ବୁଲି ମଲଟିପୁଲ୍ ଗନସଟ୍ ଦ୍ବାରା ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l