ଧର୍ମ ରାଜ୍ୟ

ଗଜପତି ମହାରାଜାଙ୍କ ପୂଷ୍ୟାଭିଷେକ: ଗଜପତିଙ୍କ ଅନୁପସ୍ଥିତିରେ ପୂଜା ପାଇଲା ଖଡ୍‌ଗ ପଇତା, ଶ୍ରୀଫଳ ଭେଟିଦେଲେ ୧୬ ଶାସନର ଶୋସ୍ତ୍ରୀୟ ବ୍ରାହ୍ମଣ

ପୁରୀ:‌ ଆଜି ପବିତ୍ର ପୂଷ୍ୟା ନକ୍ଷତ୍ର ତିଥିରେ ରାଜନଅରରେ ପୁରୀ ଗଜପତି ମହରାଜା ଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ତେବେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅନୁପସ୍ଥିତିରେ ପ୍ରତିନିଧି ଭାବେ ତାଙ୍କ ଖଡ୍‌ଗର ପୁଷ୍ୟାଭିଷେକ ନୀତି ସଂପନ୍ନ ହୋଇଛି। ଏହି ଉପଲକ୍ଷ ବଡ଼ଦାଣ୍ଡସ୍ଥିତ ରାଜନଅର ଆଜି ସଂଧ୍ୟାରେ ଉତ୍ସବମୁଖର ହୋଇ ଉଠିଥିଲା। ୧୬ ଶାସନର ଶୋସ୍ତ୍ରୀୟ ବ୍ରାହ୍ମଣମାନେ ଗଜପତି ମହରାଜାଙ୍କୁ ସୂତା, ଅଷ୍ଟଧାତୁ ପଇତା, ନଡ଼ିଆ ଆଦି ଭେଟି ଦେବା ସହ ଶୁଭାଶିର୍ବାଦ ପ୍ରଦାନ କରିଥିଲେ। ପରେ ମହାରାଜଙ୍କ ଗାଦି ବିଜେ କରିଛନ୍ତି।

ବିଧି ଅନୁଯାୟୀ, ଆଜି ସକାଳେ ଗଜପତି ମହାରାଜାଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ପରେ ଦେବାର୍ଚ୍ଚନା ଓ ସକାଳର ଅନ୍ୟନ୍ୟ କାର୍ଯ୍ୟ ଶେଷ ହୋଇଥିଲା। ସଂଧ୍ୟାରେ ରାଜନଅର ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁଙ୍କ ଦ୍ବାରା ପୁଷ୍ୟାଭିଷେକ ନୀତି ସଂପାଦନ ହୋଇଥିଲା। ‌୧୬ ଶାସନର ଶୋସ୍ତ୍ରୀୟ ବ୍ରାହ୍ମଣମାନେ ସୂତା ଓ ବିଭିନ୍ନ ଧାତୁର ପଇତା, ଶ୍ରୀଫଳ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜଗୁରୁଙ୍କୁ ପ୍ରଦାନ କରିଥିଲେ। ରାଜଗୁରୁ ଏହାକୁ ଗଜପତିଙ୍କ ଅନୁପସ୍ଥିତିରେ ତାଙ୍କ ଖଡ୍‌ଗକୁ ଛୁଆଁଇବା ପରେ ପରେ ବ୍ରହ୍ମଣମାନେ ଗଜପତି ମହାରାଜାଙ୍କୁ ଆଶୀର୍ବାଦ କରିଥିଲେ। ପତନିରେ ଦିଆଯାଇଥିବା ୧୬ ଶାସନ ବ୍ରାହ୍ମଣଙ୍କ ପଦଧୂଳି ଖଡ୍‌ଗ ସ୍ପର୍ଶ କରାଯାଇଥିଲା।
ଖଡ୍‌ଗ ସିଂହାସନରେ ଆହୋରଣ ପରେ ‌୧୬ ଶାସନର ବ୍ରାହ୍ମଣ, ମହାଜନମାନେ ‌ଶ୍ରୀଫଳ, ଯଜ୍ଞ ପବିତ ଗ୍ରହଣପୂର୍ବକ ଖଡ୍‌ଗ ସ୍ପର୍ଶ କରାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ