ରାଜ୍ୟ

ଗଛ ଲଗାଉଛନ୍ତି, ବଞ୍ଚାଇପାରୁ ନାହାନ୍ତି: କୌଣସି ବର୍ଷ ଶତ ପ୍ରତିଶତ ସଫଳତା ମିଳିନି

ଭୁବନେଶ୍ବର: ୨୦୧୪-୧୫ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟ‌ରେ ସାରା ରାଜ୍ୟରେ ୨୦ ଲକ୍ଷ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଛି। ଏହି ୧୦ ବର୍ଷ ମଧ୍ୟରେ ୩୯ କୋଟି ଚାରା ରୋପଣ ହୋଇଥିବା ବେଳେ ୩୨ କୋଟି ଚାରା ବଣ୍ଟନ ହୋଇଛି। ୨୦୧୬-୧୭ରେ ସର୍ବାଧିକ ୪ଲକ୍ଷ ହେକ୍ଟର ଜମିରେ ଚାରା ଲଗାଯାଇଥିଲା। ଯେତେବେଳେ କି ୨୦୧୭-୧୮ରେ ୩ ଲକ୍ଷ ୮୨ ହେକ୍ଟର, ୨୦୧୫-୧୬ରେ ୩ ଲକ୍ଷ ୫୭ ହେକ୍ଟର, ୨୦୧୮-୧୯ରେ ୨ ଲକ୍ଷ ୪୮ ହେକ୍ଟର ଜମିରେ ଚାରା ରୋପଣ ହୋଇଥିଲା। ତେବେ ଯେଉଁ ସବୁ ଚାରା ରୋପଣ ହୋଇଥିଲା ତାହା ବଞ୍ଚିପାରି ନାହିଁ। କୌଣସି ଗୋଟିଏ ବି ସ୍ଥାନରେ ଶତ ପ୍ରତିଶତ ଚାରା ବଞ୍ଚିଥିବା ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଖରେ ଖବର ନାହିଁ।

୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରୋପଣ ‌କରାଯାଇଥିବା ଚାରା ମଧ୍ୟରୁ ହାରାହାରି ୭୦ରୁ ୮୫% ବଞ୍ଚିଛି। ଅର୍ଥାତ୍‌ ସରକାରୀ ଭାବେ ପ୍ରାୟ ୩୦% ଗଛ ନଷ୍ଟ ହୋଇଛି। ତେବେ ପରବର୍ତ୍ତୀ ୫ ବର୍ଷରେ ଚାରା ରୋପଣ ସଂଖ୍ୟା କମିଛି। ଯେତିକି ଚାରା ଲଗାଯାଇଥିଲା ସେଗୁଡ଼ିକର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଇଥିବାରୁ ପ୍ରାୟ ୮୫ରୁ ୯୯% ଚାରା ବିଭିନ୍ନ ସ୍ଥାନରେ ବଞ୍ଚିବାରେ ସକ୍ଷମ ହୋଇଥିବା ସରକାରୀ ଭାବେ କୁହାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବନ ବିଭାଗ ଅଢ଼େଇ କୋଟି ଚାରା ରୋପଣ କରିଥିଲା। ଯେତେବେଳେ ପ୍ରାୟ ୫ କୋଟି ଚାରା ବଣ୍ଟନ ହୋଇଛି। ରାଜ୍ୟ ଯୋଜନାରେ ବର୍ଦ୍ଧିତ ସବୁଜ ବଳୟ(ଆଇଜିସି), ସବୁଜ ମହାନଦୀ ମିସନ(ଜିଏମ୍‌ଏମ୍‌), ଆମ ଜଙ୍ଗଲ ଯୋଜନା(ଏଜେୱାଇ), କାମ୍ପା ଏବଂ କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଯୋଜନା‌ରେ ସବୁଜ ଭାରତ ମିସନ(ଜିଆଇଏମ୍‌), ଜାତୀୟ ବନୀକରଣ ଯୋଜନା (ଏନ୍‌ଏପି), ଜାତୀୟ ବାଉଁଶ ମିସନ (ଏନ୍‌ବିଏମ୍‌), ମନରେଗା ଯୋଜନା ମାଧ୍ୟମରେ ବୃକ୍ଷରୋପଣ ହେଉଛି। ଏଥିସହ ୨୦୧୫-୧୬ ଆର୍ଥିକ ବର୍ଷରୁ ସାମାଜିକ ଦାୟିତ୍ବବୋଧ ଯୋଜନାରେ ଓଡ଼ିଶା ଖଣି ନିଗମ ଦ୍ବାରା ଖଣି ଅଞ୍ଚଳରେ ବନୀକରଣ କରାଯାଉଥିବା ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆଜି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା ସ୍ବତନ୍ତ୍ର ରିଲିଫ୍‌ ପାଣ୍ଠି ସହାୟତାରେ ପୁରୀ(ବନ୍ୟପ୍ରାଣୀ) ଓ ଚିଲିକା(ବନ୍ୟପ୍ରାଣୀ) ବନଖଣ୍ଡରେ ଜୁଆର ପ୍ରତିରୋଧକ ଓ ମୃର୍ତ୍ତିକା ସଂରକ୍ଷଣ କରିବାକୁ ସ୍ବତନ୍ତ୍ର ଭାବେ ବନୀକରଣ କରାଯାଇଛି। ଡେରାଡୁନ୍‌ସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା(ଏଫ୍‌ଏସ୍‌ଆଇ) ତଥ୍ୟ ଅନୁଯାୟୀ ୨୦୧୫ରେ ଓଡ଼ିଶାରେ ୫୮ହଜାର ୧୩୬ ବର୍ଗ କିମି ଜଙ୍ଗଲ ରହିଥିଲା। ୨୦୨୧ ବେଳକୁ ଜଙ୍ଗଲ ପରିସୀମା ୬୧ହଜାର ୨୦୪.୧୭ ବର୍ଗ କିମିରେ ପହଞ୍ଚିଥିଲା। ପ୍ରତି ଦୁଇ ବର୍ଷରେ ଥରେ ଏଫ୍‌ଏସ୍‌ଆଇ ପକ୍ଷରୁ ସର୍ବେକ୍ଷଣ କରାଯାଉଥିବା ବେଳେ ଗତ ଦୁଇ ବର୍ଷ ହେବା କୌଣସି ପ୍ରକାର ସର୍ଭେ ରିପୋର୍ଟ ପ୍ରକାଶ ପାଇ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।