ଅପରାଧ ଦେଶ ବିଦେଶ

ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ନୂଆଦିଲ୍ଲୀ ୨୪/୦୫: ଭୟଙ୍କର କାର ଦୁର୍ଘଟଣା । ଚାଲିଗଲା ଗୋଟିଏ ପରିବାରର ୪ ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଚେନ୍ନାଇର ଆରିୟାଲୁର ଅଞ୍ଚଳରେ । ତେବେ ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ କନ୍ୟା ଥିବା ମଧ୍ୟ ଜଣାପଡିଛି ।

ମୃତକମାନେ ହେଲେ ଏନ ମଞ୍ଜୁଳା, ଏନ କାର୍ତ୍ତିକେୟନ, ଲକ୍ଷ୍ମୀ ପ୍ରିୟା ଓ ହସିନୀ । ସମସ୍ତେ ଚେନ୍ନାଇ ଆନ୍ନା ନଗରର ପୁନୀ କଲୋନିରେ ରହୁଥିଲେ । ସେମାନେ ସୋମବାର ସନ୍ଧ୍ୟାରେ କୌଣସି କାମରେ ଏକ କାରରେ ଥଞ୍ଜାଭୁର ଯାଇଥିଲେ । ସେଠାରୁ ଫେରିବା ବେଳେ ଆରିୟାଲୁର ଜିଲ୍ଲାରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ତ୍ତିକେୟନ, ମଞ୍ଜୁଳା ଓ ଲକ୍ଷ୍ମୀପ୍ରିୟା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ତେବେ ଗୁରୁତର ଥିବା ଦୁଇ ଶିଶୁ ମିତ୍ର ଓ ହସିନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ହସିନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାକୁ ନେଇ କିଝାପଲୁର ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ