ପାଟଣା ୦୨।୦୫ : ଗଛରେ ଝୁଲୁଛି ଯୁବତୀଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବେଗନାପଶି ଗାଁରେ ଦେଖିବାକୁ ମିଳିଛି ଏପରି କିଛି ଚିତ୍ର । ମୃତକ କରଞ୍ଜିଆ ଗାଁରେ ମାଳତୀ ମୁଣ୍ଡା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, କରଞ୍ଜିଆ ଗାଁର ମାଳତୀ ମୁଣ୍ଡା ବିନିଦା ଗାଁରେ ଥିବା ନିଜ ଭିଣୋଇ ଘର ରହୁଥିଲେ । ସେଠାରୁ ହିଁ ସେ ଉଦୟପୁର କଲେଜରେ ପାଠ ପଢିବାକୁ ଯିବା ଆସିବା କରୁଥିଲେ । ହେଲେ ଆଜି ସକାଳ ସମୟରେ ଗାଁ ନିକଟରେ ଥିବା ଏକ ଗଛରେ ଯୁବତୀଙ୍କ ଶବ ଝୁଲୁଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏନେଇ ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଖୋଳତାଡ ଜାରି ରଖିଛି । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।