ଅପରାଧ ରାଜ୍ୟ

ଗଛକୁ ନେଇ ବିବାଦ, ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ

ଉଦଳା ୩୧।୧୦: ଗାଁ ଦାଣ୍ଡରେ ମହିଳାଙ୍କୁ ନିସ୍ତୁକ ମାଡ଼ ।ରାସ୍ତାରେ ଗୋଡେଇ ଗୋଡେଇ ମହିଳାଙ୍କୁ ନିର୍ଘାତ ମାଡ ମାରିଲେ ଜଣେ ଯୁବକ । ଏହି ସମୟରେ ନିଜ ମାଙ୍କୁ ଛାଡି ଦେବାକୁ ଗୁହାରି କରି କାନ୍ଦୁଛି କୁନି ଝିଅ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ବରଡିହି ପଞ୍ଚାୟତ ପାଟଶୁଣିପୁର ଗାଁରେ ଘଟିଛି ଏପିର ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଗାଁର ବାଦଲ ମଲ୍ଲିକ ଚାଷ କରୁଥିବା ଜମି ନିକଟରେ ଏକ ପୁରୁଣା ଗଛ ରହିଛି । ଯାହାକୁ ନେବା ନିମନ୍ତେ ଅନେକ ଦିନ ହେବ ବାଦଲ ଏବଂ ଗାଁର ଯୁବକ ପିଲୁ ପ୍ରଧାନଙ୍କ ମଧ୍ୟରେ ବିବାଦ ରହି ଆସିଥିଲା ।ବାଦଲଙ୍କ ସ୍ତ୍ରୀ ବାସନ୍ତୀ ମଲ୍ଲିକ ବିଲକୁ ଯାଇ ଫେରିବା ସମୟରେ ତାଙ୍କୁ ଗାଁ ଦାଣ୍ଡରେ ଅଟକାଇ ପିଲୁ ପ୍ରଧାନ ପାଟିତୁଣ୍ଡ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲା । ମହିଳା ଜଣକ ଛାଡି ଦେବାକୁ କହିଥିଲେ କିନ୍ତୁ ଯୁବକ ଜଣକ ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ଗୁରୁତର କରିଥିଲେ । ପରେ ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଥିବା ବେଳେ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ଅବସ୍ଥାରେ ବାସନ୍ତୀ ଚିକିତ୍ସିତ ହେଉଥିବା ବେଳେ ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।