ଦେଶ ବିଦେଶ ମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମର ମଜାକ୍‌ ଉଡାଇଲେ KRK, ଫିଲ୍ମ ଦେଖିବା ପୂର୍ବରୁ ପକେଟ୍‌ରେ ରଖିଲେ ପେନକିଲର

ନୂଆଦିଲ୍ଳୀ ୨୫।୦୨: ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ଆଜି ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ନିଜକୁ ସବୁଠୁ ବଡ ସମାଲୋଚକ ତଥା କ୍ରିଟିକ୍‌ ବୋଲି କହୁଥିବା କମଲ ଆର ଖାନ ତଥା କେଆରକେ ଏହି ଫିଲ୍ମକୁ ଦେଖିବା ମାତ୍ରେ ଟ୍ୱିଟରରେ ଟ୍ୱିଟ କରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ଏକ ଭିଡିଓ ସେୟାର କରି କେଆରକେ ଆଲିଆ ଭଟ୍ଟଙ୍କ ଫିଲ୍ମର ପ୍ରଥମ ଭାଗକୁ ମୁଣ୍ଡବିନ୍ଧା ବୋଲି କହି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ କେଆରକେ ଗଙ୍ଗୁବାଇ କାଠିଆୱାଡି ବିଷୟରେ ଅନେକ ଟ୍ୱିଟ୍ ମଧ୍ୟ କରିଛନ୍ତି । ଫିଲ୍ମ ବିଷୟରେ କରାଯାଇଥିବା ଟ୍ବିଟ୍‌ ଯୋଗୁଁ କିଛି ଲୋକ କେଆରକେଙ୍କ ଉପରେ ରାଗି ଯାଇଥିବା ବେଳେ କିଛି ଲୋକ ତାଙ୍କ ସମର୍ଥନରେ ମଧ୍ୟ ନଜର ଆସିଛନ୍ତି। କହିବାକୁ ଗଲେ ଏହି ଫିଲ୍ମଟି ସଞ୍ଜୟ ଲୀଲା ଭନସାଲୀ ନିର୍ଦ୍ଦେଶନା ପ୍ରସ୍ତୁତ ହୋଇଛି।

କେଆରକେ ଏହା ପୂର୍ବରୁ ଟ୍ୱିଟରରେ ଟ୍ୱିଟ୍ କରିଛନ୍ତି। ଏଥିରେ ଲେଖାଯାଇଛି, କି ‘ମୋର କିଛି ବନ୍ଧୁ ଗଙ୍ଗୁବାଇ କାଠିଆୱାଡିଙ୍କୁ ଦେଖିଛନ୍ତି ଏବଂ ମୁଁ ଏହି ଫିଲ୍ମ ଦେଖିବା ପୂର୍ବରୁ ମୋତେ ପରାମର୍ଶ ଦେଇଛନ୍ତି। କି ଫିଲ୍ମ ଦେଖିବାକୁ ଯିବା ପୂର୍ବରୁ ପକେଟ୍‌ରେ ପେନ୍‌କିଲର ରଖି ନିଅ । ବର୍ତ୍ତମାନ ମୁଁ ଏହି ଫିଲ୍ମ ଦେଖିବାକୁ ଯାଉଛି ଏବଂ ମୁଁ ମୋ ପକେଟରେ ଦୁଇଟି ଟାବଲେଟ୍ ମଧ୍ୟ ରଖିଛି । କିଛି ଘଣ୍ଟା ପରେ, କେଆରକେ ଆଉ ଏକ ଟ୍ୱିଟ୍‌ କରିଛନ୍ତି ସେଥିରେ ଲେଖା ଯାଇଛି କି ଗାଙ୍ଗୁବାଇ କାଠିଆୱାଡିଙ୍କ ଫାଷ୍ଟହାଫ୍‌ରେ ମୁଣ୍ଡବିନ୍ଧା ଏବଂ ସେ ଦ୍ୱିତୀୟ ଭାଗ ଦେଖିବା ପାଇଁ ସାହସ ଜୁଟାଇବାରେ ଅସମର୍ଥ ହୋଇଛି। ଅନ୍ୟ ଏକ ଲେଖାଯାଇଛି, ‘ମୁଁ ଗାଙ୍ଗୁବାଇ କାଠିଆୱାଡିକୁ ଦେଖିସାରିଛି ଏବଂ ଏହା ଏକ ଖରାପ ଫିଲ୍ମ। ଖୁବ୍‌ ଶୀଘ୍ର ପୂର୍ଣ୍ଣ ରିଭ୍ୟୁ ରିଲିଜ୍‌ କରିବି । ଏହି ଟୁଇଟ୍ ଦେଖିବା ପରେ ଆଲିଆ ଭଟ୍ଟଙ୍କ ପ୍ରଶଂସକମାନେ କେଆରକେକୁ କଠୋର ଭାବରେ ମନ୍ତବ୍ୟ ଦେଉଛନ୍ତି ।

ତେଵେ ସଞ୍ଜୟ ଲୀଲା ଭନସାଲୀ ଫିଲ୍ମର ସୁଟିଂ କରୋନା ଭାଇରସ୍ ଲକଡାଉନ୍ ସମୟରେ ଶେଷ ହୋଇଛି । ଯେଉଁଥି ପାଇଁ ଫିଲ୍ମଟି ନିଜେ ପ୍ରସ୍ତୁତ କରିବାକୁ ୨ ବର୍ଷ ଲାଗିଯାଇଥିଲା । ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର କାହାଣୀର ଲେଖକ ହୁସେନ୍ ଜୈଦିଙ୍କ ‘ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ’ ପୁସ୍ତକ ଉପରେ ଆଧାରିତ। ଏହି ଫିଲ୍ମରେ ଆଲିଆ ଭଟ୍ଟ ଅଜୟ ଦେବଗନ୍, ବିଜୟ ରାଜ୍, ଜିମ୍ ସର୍ଭ ଏବଂ ଶାନ୍ତନୁ ମହେଶ୍ୱରୀଙ୍କ ପରି ଅଭିନେତାମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ