ଦେଶ ବିଦେଶ ମନୋରଞ୍ଜନ

‘ଗଙ୍ଗୁବାଇ କାଠିଆୱାଡି’ରେ କମାଠିପୁରା ନାମକୁ ନେଇ ବିବାଦ, ଫିଲ୍ମ ବିରୋଧରେ ହାଇକୋର୍ଟରେ ଗଲେ ବିଧାୟକ ଅମିନ ପଟେଲ୍‌

ମୁମ୍ବାଇ ୨୩।୦୨: ଆଲିଆ ଭଟ୍ଟଙ୍କ ଚଳଚ୍ଚିତ୍ର ଗାଙ୍ଗୁବାଇ କାଠିଆୱାଡି ରିଲିଜ୍ ପାଇଁ ମାତ୍ର ଆଉ ୨ଦିନ ବାକି ଅଛି। ଏହି ଫିଲ୍ମର ଘୋଷଣା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଜଡିତ କିଛି ବିବାଦ ଲାଗି ରହିଛି। ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସବୁବେଳେ ବିବାଦରେ ଥାଏ । ଏହାର କାରଣ ହେଉଛି ସେମାନେ ଐତିହାସିକ ବିଷୟ ଉପରେ ଅଧିକ ଚଳଚ୍ଚିତ୍ର ନିର୍ମାଣ କରନ୍ତି। ଏବଂ ଯେଉଁଥିପାଇଁ ଏହା ବିବାଦ ଲାଗି ରହିବା ସ୍ୱାଭାବିକ । ତେବେ ନିକଟରେ ଏହି ଫିଲ୍ମକୁ ନେଇ ଆଉ ଏକ ବିବାଦ ଲାଗି ରହିଛି। ମହାରାଷ୍ଟ୍ର ବିଧାୟକ ଅମିନ ପଟେଲ ଏବଂ କମାଠିପୁରାର ବାସିନ୍ଦା ‘ଗାଙ୍ଗୁବାଇ କାଠିଆୱାଡି’ ଫିଲ୍ମରେ କମାଠିପୁରାର ନାମ ବ୍ୟବହାର ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ଏଥିସହିତ ଦାବି କରାଯାଇଛି କି ଫିଲ୍ମରୁ ଏହାକୁ ସେନ୍ସର କରାଯାଉ କିମ୍ବା ସେହି ନାମ ବଦଳରେ ଅନ୍ୟ ନାମ ବ୍ୟବହାର କରାଯିବା ଉଚିତ।

ମିଡିଆ ରିପୋର୍ଟ ଅନୁଯାୟୀ କମାଠିପୁରା ନିବାସୀଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଅନୁଯାୟୀ ଏହା ପୂର୍ବରୁ ଏଠାରେ ବେଶ୍ୟାଳୟ ଚାଲୁଥିଲା। ମଙ୍ଗଳବାର ଦିନ ଏହି ଆବେଦନରେ ଜଷ୍ଟିସ ଗୌତମ ଆଉଟ ମାଧବ ଜାମଦାରଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇଥିଲା ଏବଂ କୁହାଯାଉଥିଲା କି ଶୁକ୍ରବାର ଦିନ ଫିଲ୍ମ ରିଲିଜ ହେବ। ଏହାକୁ ନେଇ କୁହାଯାଇଛି କି ବୁଧବାର ଏହାର ଶୁଣାଣି ହେବ।

ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଲେଖକ ଏସ୍ ହୁସେନ୍ ଜାଇଡିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ୍ ମୁମ୍ବାଇର ଏକ ଅଧ୍ୟାୟ ଉପରେ ଆଧାରିତ। ଯେଉଁଥିରେ ଆଲିଆ ଭଟ୍ଟଙ୍କୁ ଗାଙ୍ଗୁବାଇ ଭାବରେ ଦର୍ଶାଯାଇଛି। କମାଠିପୁରାର ସବୁଠାରୁ ପ୍ରିୟ ତଥା ସମ୍ମାନିତ ମ୍ୟାଡାମ୍ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଯଦି ଫିଲ୍ମ କମାଠିପୁରା ନାମରେ ମୁକ୍ତିଲାଭ କରିବାକୁ ଅନୁମତି ଦିଆଯାଏ, ତେବେ ଏହା ବାସିନ୍ଦାଙ୍କ ଉପରେ ବିଶେଷ କରି ମହିଳାମାନଙ୍କ ପ୍ରତି ଅପମାନ ଆଣିବ ବୋଲି ଆବେଦନପତ୍ରରେ କୁହାଯାଇଛି। ‘କମାଠିପୁରା’ ନାମର କୌଣସି ସନ୍ଦର୍ଭ ରହିବା ଉଚିତ୍ ନୁହେଁ।ନାମକୁ ଅନ୍ୟ କୌଣସି ସ୍ଥାନରେ ପରିବର୍ତ୍ତନ କରାଯିବା ଉଚିତ। ମାୟାପୁରୀ କିମ୍ବା ମାୟାନାଗରୀ” ବୋଲି ଆବେଦନପତ୍ରରେ ଦର୍ଶା ଯାଇ କୁହାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ