ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୋର୍ଦ୍ଧା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍, ୨ଟି ଶକ୍ତି ପୀଠ ପରିଦର୍ଶନ ସହ ଉନ୍ନୟନ କାମର କଲେ ସମୀକ୍ଷା

ଭୁବନେଶ୍ୱର ୨୧।୧୧ : ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଐତିହାସିକ ଶକ୍ତି ପୀଠ ପରିଦର୍ଶନରେ 5T ସଚିବ ଭି.କେ ପାଣ୍ଡିଆନ୍। ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଛନ୍ତି । ଏହାସହ ସଠିକ୍‌ ସମୟରେ କିପରି ସବୁ କାମ ସରିବ । ସେଦିଗରେ ଆଲୋଚନା କରିଛନ୍ତି ।
ଖବର ଅନୁଯାୟୀ, ସୋମବାର ଭୋରରୁ ବାଣପୁର ସ୍ଥିତ ମା’ ଭଗବତୀ ମନ୍ଦିର ଏବଂ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ ଗସ୍ତରେ ଅଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ପ୍ରଥମେ ଭଗବତୀ ମନ୍ଦିର ଯାଇ ଦର୍ଶନ କରିବା ସହ ବିଭିନ୍ନ କାମର ସମୀକ୍ଷା କରିଛନ୍ତି । ଏହା ପରେ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିରକୁ ଯାଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ , ଉପ-ଜିଲ୍ଲାପାଳ ଙ୍କ ସମେତ ସ୍ଥାନୀୟ ପ୍ରଶାସନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମନ୍ଦିର ଗୁଡିକର ଉନ୍ନତି କରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।