ଖୋର୍ଦ୍ଧା, ୦୬/୦୬: ଆଦର୍ଶ ଥାନା ପୋଲିସ ଖୋର୍ଦ୍ଧା ଅଞ୍ଚଳରେ ଚଢାଉ କରିଛି । ୧୦୦ ଗ୍ରାମ ବ୍ରାଉନସୁଗାର, ନଗଦ ୧ ଲକ୍ଷ ୬ ହଜାର ୨୨୦ ଟଙ୍କା ସହ ଗୋଟିଏ ପଲସର୍ ବାଇକ ଜବତ କରିଛି ପୋଲିସ୍ । ଏଥିରେ ଜଡ଼ିତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ରାଉନସୁଗାର ବେପାରୀ ଖୋର୍ଦ୍ଧା ଫରେଷ୍ଟ କଲୋନୀର ଦେବବ୍ରତ ମିଶ୍ର ଏବଂ ଗୁରୁଜଙ୍ଗ ଦେୱାନସାହିର ଅମରେଶ ବେହେରା ।