ଅପରାଧ ରାଜ୍ୟ

ଖେଳୁଥିବା ବେଳେ ଆବର୍ଜନା କୁଣ୍ଡରେ ପଡିଗଲେ ବର୍ଷକର ଶିଶୁ, ମୃତ ଘୋଷଣା କଲେ ଡାକ୍ତର

ଉମରକୋଟ ୧୪।୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତର ମୋହଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ କେହି ନଥିବା ବେଳେ ନିଜ ଘର ପଛପଟରେ ଥିବା ଆବର୍ଜନା କୁଣ୍ଡର ପାଣିରେ ପଡି ଏକ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ମୋହଣ୍ଡି ଗ୍ରାମର ବୁଦୁରାମ ଗଣ୍ଡ ସବୁଦିନ ଭଳି ମଙ୍ଗଳବାର ମଧ୍ୟ ମାଲିକଙ୍କ ଟ୍ରାକ୍ଟର ନେଇ ଜମିକୁ କାମ କରିବା ପାଇଁ ଯାଇଥିଲେ । ସ୍ତ୍ରୀ ଫୁଲ ଗଣ୍ଡ ସହ ପୁଅ ଝିଅମାନେ ଘରେଥିଲେ । ତେବେ ଘରୁ କିଛି ଦୂରରେ ଥିବା ନଳକୂପରୁ ପାଣି ଆଣିବା ପାଇଁ ଫୁଲ ଯାଇଥିବା ବେଳେ ୬ବର୍ଷର ବଡ଼ ଝିଅ ରାଜ କୁମାରୀ ଓ ସାନ ଭାଇ ପ୍ରକାଶ ଘରେ ଥିଲେ । ତେବେ ପ୍ରକାଶ ଖେଳୁଥିବା ସମୟରେ ଘର ପଛପଟରେ ଥିବା ବାସନ ମଜା ପାଣି ଜମୁଥିବା ଆବର୍ଜନା କୁଣ୍ଡରେ ଯାଇ ପଡିଯାଇଥିଲା । ମା’ ଫୁଲ ପାଣି ନେଇ ଘରକୁ ଆସିବା ପରେ ଦୁହେଁ ଛୁଆ ନଥିବା ଦେଖି ଖୋଜାଖୋଜି କରିଥିଲେ ।

ଶେଷରେ ଘର ପଛପଟେ ଥିବା ଆବର୍ଜନା ପାଣି କୁଣ୍ଡରେ ଶିଶୁପୁତ୍ର ପଡିଥିବା ଦେଖି ତୁରନ୍ତ କୁଣ୍ଡରୁ ବାହାର କରିବା ସହ ସ୍ଥାନୀୟ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଏକ ବାଇକ୍ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପ୍ରସାର ହେବା ପରେ ମୋହଣ୍ଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।