ଅପରାଧ ଦେଶ ବିଦେଶ

ଖେଳାଳିଙ୍କ ପାଇଁ ଟଏଲେଟରେ ପ୍ରସ୍ତୁତ ହେଲା ଖାଦ୍ୟ, ଭିଡିଓ ଭାଇରାଲ ପରେ ଅଧିକାରୀ ସସ୍‌ପେଣ୍ଡ୍

ନୂଆଦିଲ୍ଲୀ ୨୦/୦୯: ଖେଳାଳିଙ୍କୁ ଅସମ୍ମାନ । କାହିଁକି ଏତେ ହତାଦାର । ଏକଥା ଆମେ କହୁନୁ ବରଂ ଏଇ ଦୃଶ୍ୟ ବୟାନ କରୁଛି । ଉତ୍ତର ପ୍ରଦେଶରୁ ନଜର ଆସିଥିବା ଏ ଚିତ୍ର ଏମିତି କହିବାକୁ ବାଧ୍ୟ କରୁଛି ।

ଉତ୍ତରପ୍ରଦେଶର ସହାରନପୁରର ଡ଼.ଭିମରାଓ ସ୍ପୋର୍ଟସ୍ ଷ୍ଟାଡିୟମ୍ ରେ ଆୟୋଜିତ କବାଡ଼ି ପ୍ରତିଯୋଗିତା ବେଳେ ଖେଳାଳିମାନଙ୍କୁ ଟଏଲେଟ୍ ଭିତରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପରଷା ଯାଇଥିଲା । ଯାହାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଖୁବ ଭାଇରାଲ୍ ହେଉଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା କରାଯାଉଛି । ଘଟଣାକୁ ନେଇ ବସିଛି ଯାଞ୍ଚ୍ କମିଟି । ଏହାସହ କ୍ରୀଡ଼ା ଅଧିକାରୀ ଅନିମେସ୍ ସକ୍ସେନାଙ୍କୁ ବି ନିଲମ୍ୱିତ କରାଯାଇଛି ।

ସୂଚନା ଥାଉକି, ଷ୍ଟାଡ଼ିୟମରେ ଜୁନିୟର୍ ବାଳିକା କବାଡ଼ି ପାଇଁ ୩ ଦିନିଆ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ରାଜ୍ୟସ୍ତରର ଏହି କବାଡ଼ି ପ୍ରତିଯୋଗିତା ସେପ୍ଟେମ୍ବର ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ସାମିଲ ହୋଇଥିଲେ ୧୭ ଜଣ ଟିମ୍ । ୨୦୦ ରୁ ଅଧିକ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା ଖାଦ୍ୟ । ତେବେ ଏହି ସବୁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା ଟଏଲେଟରେ ।

ଖେଳାଳିଙ୍କ ପାଇଁ ଖାଲି ଟଏଲେଟରେ ଖାଇବା ପରଷା ଯାଇନଥିଲା । ଆହୁରି ମଧ୍ୟ ଅନେକ ଖେଳାଳି ରୁଟି ବି ପାଇନଥିଲେ । ଫଳରେ ଖେଳାଳି ସାଲାଡ ଖାଇ ପେଟ ଭର୍ତ୍ତି କରିଥିଲେ । ଯେଉଁସବୁ ଖାଦ୍ୟ ପ୍ରସ୍ତୁତ ହୋଇଥିଲା ସେସବୁକୁ ଶୌଚାଳୟରେ ରଖାଯାଇଥିଲା । ଫଳରେ ଦୁର୍ଗନ୍ଧ ହେତୁ ସେଠାରେ ଠିଆ ହେବା ମଧ୍ୟ କଷ୍ଟକର ହୋଇପଡୁଥିଲା ।

ସେପଟେ କ୍ରୀଡା ଅଧିକାରୀ ଅନିମେଶ ସକ୍ସେନା ଏନେଇ ରଖିଛନ୍ତି ସଫେଇ । ସେ କହିଛନ୍ତି ଷ୍ଟାଡିୟମରେ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି କାରଣରୁ ଏଠାରେ କୌଣସି ସ୍ଥାନ ନଥିଲା । ଖୋଲା ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା । ବର୍ଷା ହେତୁ ଖାଦ୍ୟ ଶୌଚାଳୟରେ ରଖାଯାଇଥିଲା । ଚାଉଳ ମଧ୍ୟ ଭଲ ନଥିଲା । ଫେରାଇ ଦିଆଯାଇଥିଲା । ପରେ ଚାଉଳ କିଣାଯାଇ ଅଣା ରନ୍ଧାଯାଇଥିଲା । ଯେଉଁଥିରେ ବିଳମ୍ୱ ହୋଇଥିଲା । ଫଳରେ ଭାତ ଟିକିଏ କଞ୍ଚା ରହିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ