ସ୍ୱାସ୍ଥ୍ୟ

ଖୁସି ଖବର : ମୁମ୍ବାଇରେ କମୁଛି ସଂକ୍ରମଣ, କିନ୍ତୁ ମୃତ୍ୟୁସଂଖ୍ୟା ଚିନ୍ତାଜନକ

ମୁମ୍ବାଇ, ୨୭।୦୪: ଖୁସି ଖବର । କମୁଛି ସଂକ୍ରମଣ । ମୁମ୍ବାଇରେ କାହାରୁଛନ୍ତି କମ୍ ସଂକ୍ରମିତ । ସୋମବାର ମହାରାଷ୍ଟ୍ରରେ ୪୮୭୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରୁ ମାତ୍ର ୩୭୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମୃତ୍ୟୁସଂଖ୍ୟାରେ ବେଶୀ କିଛି ଫରକ୍ ପଡିନାହିଁ । ସୋମବାର ହିଁ ୫୨୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

୩ ସପ୍ତାହ ତଳେ ମୁମ୍ବାଇରେ ୧୧୦୦୦ ଦୈନିକ କେସ୍ ସାମ୍ନାକୁ ଆସୁଥିଲା । ଏବେ କିନ୍ତୁ ଏହା ୩୮୦୦ ତଳେ ରହିଛି । ସହରରେ ସୋମବାର ୬୦୦୦୦ ଜଣଙ୍କୁ ଟିକା ଦିଆଯାଇତିବା ବେଳେ ଗତ ଏପ୍ରିଲ ପହିଲାରୁ ୧୮ ଲକ୍ଷ ଲୋକ ଟିକା ନେଲେଣି ।

ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶାଶଙ୍କ ଯୋଶୀ କହିଛନ୍ତି ଯେ, ସ୍ଥିତିରେ ସୁଧାର ଆସିଛି । ସଂକ୍ରମଣ ରୋକିବା ପାଇଁ ଯେଉଁ ରଣନୀତି ଆପଣା ଯାଇଛି ତାହା ସଫଳ ହେଉଛି । ମୁମ୍ବାଇରେ ୪୧୦୦୦ ଟେଷ୍ଟିଂରେ ୩୭୯୨ ମାମଲା ଆସୁଛି ।

ସୂଚନାଯୋଗ୍ୟ, ଆର୍ଥିକ ରାଜଧାନୀରେ ଏପ୍ରିଲ ୪ ତାରିଖରେ ୧୧୧୬୩ ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ଗତ କିଛିଦିନ ହେଲା ନୂଆ ମାମଲାରେ ହ୍ରାସ ପରିଲକ୍ଷିତ ହୋଇଛି । ରବିବାର ୫୫୪୨ଟି ମାମଲା ସାମ୍ନାକୁ ଆସିଥିଲା ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।