ରାଜ୍ୟ ସ୍ପେଶାଲ ରିପୋର୍ଟ

ଖୁବ୍‌ ଶୀଘ୍ର ପେପରଲେସ୍‌ ବିଧାନସଭା

ଭୁବନେଶ୍ବର: ଖୁବ୍‌ ଶୀଘ୍ର ରାଜ୍ୟ ବିଧାନସଭା ପେପରଲେସ୍‌ରେ ପରିଣତ ହେବ। ବିଧାନସଭାର କୌଣସି କାର୍ଯ୍ୟରେ କାଗଜ ବ୍ୟବହାର ହେବନି। ସମସ୍ତ କାର୍ଯ୍ୟ ଡିଜିଟାଲ ମାଧ୍ୟମରେ ସମ୍ପାଦନ ହେବ। ଏନେଇ ସମସ୍ତ ବିଧାୟକ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଭା ଆପ୍ଲିକେସନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

ଆଜି ଏହି କ୍ରମରେ ବିଧାନସଭାର ସଦସ୍ୟମାନଙ୍କ ପାଇଁ ବିଧାନସଭା ପରିସରସ୍ଥିତ ସେବା କେନ୍ଦ୍ର ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ଉଦ୍‌ଘାଟନ କରି କହିଥିଲେ ଯେ ଉଭୟ ସଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାନସଭାଗୁଡ଼ିକୁ ପେପରଲେସ୍ କରି ଡିଜିଟାଲ ଉପାୟରେ ପରିଚାଳିତ କରିବା ପାଇଁ ନ୍ୟାସନାଲ ଇ-ବିଧାନ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଏକ ଜାତୀୟସ୍ତରର କାର୍ଯ୍ୟକ୍ରମ। ଆଗାମୀ ଦିନରେ ଦେଶବ୍ୟାପୀ ଏହା କାର୍ଯ୍ୟକାରୀ ହେବ। ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଲ ପଦ୍ଧତିରେ ଏହି ନେଭା ଆପ୍ଲିକେସନ୍ ଜରିଆରେ ସମ୍ପାଦିତ ହେବ। ଏଣୁ ଏହି ବ୍ୟବସ୍ଥା ସହ ବିଧାନସଭା ସହ ସଂପୃକ୍ତ ସମସ୍ତଙ୍କୁ ଅଭ୍ୟସ୍ତ ହେବାକୁ ପଡ଼ିବ। ଏହି ଆପ୍ଲିକେସନ ଜରିଆରେ ସାଧାରଣ ନାଗରିକମାନେ ମଧ୍ୟ ବିଧାନସଭାର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇପାରିବେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଲାଇବ୍ରେରି କମିଟିର ଅଧ୍ୟକ୍ଷ ବିଧାୟକ ଅନନ୍ତ ଦାସ, କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଏନ୍‌ଆଇସି ଭୁବନେଶ୍ବରର ରାଜ୍ୟ ସୂଚନା ଅଧିକାରୀ ଅଶୋକ କୁମାର ହୋତା ଯୋଗଦେଇ କହିଥିଲେ ଓଡ଼ିଶା ବିଧାନସଭାରେ ନେଭାର ପ୍ରୟୋଗକୁ ଜାତୀୟସ୍ତରୀୟ ନେଭା କାର୍ଯ୍ୟକ୍ରମରେ ପ୍ରଶଂସା ମିଳିଛି। ଏନ୍‌ଆଇସି ପକ୍ଷରୁ ବିଧାନସଭା ଅଧିବେଶନର ସମସ୍ତ ବିଷୟ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ ଜାରି ରହିଛି। କାର୍ଯ୍ୟକ୍ରମ ଆରମ୍ଭରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ପେପରଲେସ୍ ଓଡ଼ିଶା ବିଧାନସଭା ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।