ଦେଶ ବିଦେଶ ମନୋରଞ୍ଜନ

ଖୁବ୍‌ ଶୀଘ୍ର ଆରମ୍ଭ ହେବ ‘କବୀର ସିଂ’ର ସିକ୍ବେଲ୍‌, ନିର୍ମାତା କଲେ ଖୁଲାସା

ନୂଆଦିଲ୍ଲୀ ୨୮।୦୫ : ସାହିଦ କପୁରଙ୍କ କ୍ୟାରିୟରରେ ସବୁଠାରୁ ସୁପର ଡୁପର ହିଟ୍‌ ଫିଲ୍ମ ହେଉଛି ‘କବୀର ସିଂ’। ଯାହା ବକ୍ସ ଅପିସ୍‌ରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ୍‌ ହୋଇଥିଲା। ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଅପାର ପ୍ରେମ ପାଇଥିଲା । ରିଲିଜ୍ ହେବା ମାତ୍ରେ ‘କବୀର ସିଂ’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଥିଲା। ଏହା ପ୍ରଥମ ବ୍ଲକବଷ୍ଟର ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା। ଏହା ଦକ୍ଷିଣର ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ଅଫିସିଆଲ୍ ରିମେକ୍ ଥିଲା। ଏହାକୁ ନେଇ ବର୍ତ୍ତମାନ ଭୂଷଣ କୁମାର ‘କବୀର ସିଂ’ର ସିକ୍ୱେଲ ବିଷୟରେ କଥା ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇଣ୍ଟରଭ୍ୟୁରେ ଯେତେବେଳେ ଟି-ସିରିଜ୍‌ ନିର୍ମାତା ଭୂଷଣ କୁମାରଙ୍କୁ ପଚରାଗଲା ଯେ ତାଙ୍କର କେଉଁ ଫିଲ୍ମ ଫ୍ରାଞ୍ଚାଇଜରେ ପରିଣତ ହେବା ଉଚିତ, ସେ ହସି ହସି କହିଥିଲେ ଯେ ମୁଁ ଭାବୁଛି ଆମର ଫିଲ୍ମ ‘କବୀର ସିଂ’ ଏକ ଫ୍ରାଞ୍ଚାଇଜରେ ପରିଣତ ହୋଇପାରେ। କାରଣ କବୀର ସିଂ ଏପରି ଏକ ଚରିତ୍ର, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏପରି ପରିସ୍ଥିତିରେ ଏହି ଚଳଚ୍ଚିତ୍ରର ସିକ୍ୱେଲ ବିଷୟରେ ଚିନ୍ତା କରାଯାଇପାରେ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ସେ ‘ଆଶିକି-୩ ମଧ୍ୟ ତିଆରି କରିବବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କ ଟିମ୍‌ ଖୁବ ଶୀଘ୍ର’ କବୀର ସିଂ ୨’ର କାହାଣୀ ଉପରେ କାମ ଆରମ୍ଭ କରିବେ ବୋଲି ସେ ନିଶ୍ଚିତ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ