ଦେଶ ବିଦେଶ ସ୍ୱାସ୍ଥ୍ୟ

ଖୁବଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବ ଓଡ଼ିଶା, ଏଯାଏଁ ୪.୩କୋଟି ଲୋକଙ୍କୁ ଦିଆଯାଇଛି ଟିକା

ଭୁବନେଶ୍ବର: ଖୁବ ଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି ଓଡ଼ିଶା । ଅର୍ଥାତ ରାଜ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ କୋଭିଡ ଟିକାକରଣ ଶେଷ ହେବ । ଏପର୍ଯ୍ୟନ୍ତ ରାଜ୍ୟରେ ୪କୋଟି ୩ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଛି । ଲୋକସେବା ଭବନ କନଫରେନ୍ସ ହଲରେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । କୋଭିଡ ଟିକାକରଣରେ ଜାତୀୟ ହାର ଠାରୁ ରାଜ୍ୟ ହାର ଅଧିକ ରହିଥିବା ସମୀକ୍ଷା ପରେ କୁହାଯାଇଛି ।
ନଭେମ୍ବର ୧୩ସୁଦ୍ଧା ରାଜ୍ୟରେ ୧୩ ଦଶମିକ ୩କୋଟି ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି । ୨କୋଟି ୬୮ଲକ୍ଷ ୪ହଜାର ୭୫୫ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧କୋଟି ୩୪ଲକ୍ଷ ୯୬ହଜାର ୫୯ଜଣଙ୍କୁ କରୋନାର ଦୁଇଟି ଡୋଜ ଟିକା ଦିଆଯାଇଛି । ଜାତୀୟ ସ୍ତରରେ ୧୮ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ୭୯ ଦଶମିକ ୮ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଥିବା ବେଳେ ଓଡ଼ିଶାରେ ୮୨ ଦଶମିକ ୪ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ହୋଇଛି । ସେହିପରି ଜାତୀୟ ସ୍ତରରେ ୩୮.୪ ପ୍ରତିଶତ ଲୋକଙ୍କୁ ଦୁଇଟି ଡୋଜ ଦିଆଯାଇଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୪୧.୫ ପ୍ରତିଶତ । ୩୦ନଭେମ୍ବର ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୯୦ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଓ ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ୨ଟି ଡୋଜ କରୋନା ଟିକା ଦିଆଯାଇ ସାରିଥିବ ବୋଲି ସମୀକ୍ଷା ପରେ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ