ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖୁବଶୀଘ୍ର ଓଡ଼ିଶାକୁ ଆସିବ ଆଉ ୧ ଲକ୍ଷ ୪୬ ହଜାର ଟିକା

ଭୁବନେଶ୍ବର : ଖୁବ ଶୀଘ୍ର ଓଡ଼ିଶାରେ ପହଞ୍ଚିବ ଆଉ ୧୪୬୫୯୦ ଟି କରୋନା ଟିକା । ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ପତ୍ର ଲେଖି ସୂଚୀତ କରାଯାଇଛି ।

ଏହି ୧୪୬୫୯୦ଟି ଟିକା ମଧ୍ୟରୁ ୬୩୦୯୦ଟି କୋଭିସିଲ୍ଡ ଟିକା ଓ ୮୩୫୦୦ଟି କୋଭାକ୍ସିନ ଟିକା ରହିଛି । ଆସିବାକୁ ଥିବା ୬୩୦୯୦ଟି ଟିକା ମଧ୍ୟରୁ ୨୦୭୩୦ଟି ଟିକା ଚେନ୍ନାଇସ୍ଥିତ ସରକାରୀ ଔଷଧ ଡିପୋ ୪୨୩୬୦ ଟି ଟିକା ମୁମ୍ବାଇସ୍ଥିତ ସରକାରୀ ଔଷଧ ଡିପୋରୁ ଆସିବ । କେନ୍ଦ୍ର ସରକାର ପୂର୍ବରୁ ଓଡ଼ିଶାକୁ ୮ ଲକ୍ଷ ୧୧ ହଜାର ଟିକା ଯୋଗାଇଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସମେତ ସାରା ଦେଶରେ ଗତ ଜାନୁଆରି ୧୬ରୁ କରୋନା ଟୀକାକରଣ ଆରମ୍ଭ ହୋଇଛି । ସେହିପରି ଆସନ୍ତା ୬ ତାରିଖରୁ ରାଜ୍ୟରେ ସମ୍ମୁଖ କରୋନା ଯୋଦ୍ଧା ମାନଙ୍କ ପାଇଁ ଟୀକାକରଣ ଆରମ୍ଭ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ