ସ୍ୱାସ୍ଥ୍ୟ

ଖିରରେ ହଳଦୀ ମିଶାଇ କେବେ ପିଇଛନ୍ତି କି? ମିଳିବ ଅନେକ ଫାଇଦା

ଖିର ସହ ହଳଦୀ ମିଶ୍ରଣ କରି କେବେ ପିଇଛନ୍ତି? କାହାକୁ ଏହା ଭଲ ଲାଗେ ତ କାହାକୁ ଲାଗେନି। ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହାର ସ୍ୱାଦ କିପରି। ମାତ୍ର ଏହାକୁ ପିଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ ଏଥିରେ ସନ୍ଦେହ ନାହିଁ।

ରାତିରେ ଶୋଇବା ପୂର୍ବରୁ ଗରମ ଖିରରେ ସାମାନ୍ୟ ହଳଦୀ ମିଶାଇ ପିଅନ୍ତୁ। ଯଦି ଆପଣଙ୍କର ଥଣ୍ଡା ଦେହ ତେବେ ଥଣ୍ଡା କାଟିବା ପାଇଁ ଏହା ଅବ୍ୟର୍ଥ ଔଷଧ ଭାବେ କାମ କରିବ।

ଗରମ ଖିରରେ ହଳଦୀ ମିଶାଇ ପିଇଲେ କଫ ମଧ୍ୟ ହୋଇନଥାଏ। ଶ୍ୱାସ ରୋଗୀମାନେ ଏହାକୁ ଦୈନିକ ପିଇବା ଉଚିତ।

ଅନେକ ସମୟରେ ଦିନରେ କରିଥିବା ଶାରୀରିକ ପରିଶ୍ରମ ହେତୁ ଦେହହାତ ଘୋଳାବିନ୍ଧା ହୋଇଥାଏ। ସେହି ଘୋଳାବିନ୍ଧା କାଠିବା ପାଇଁ ରାତିରେ ଗରମ ଖିରରେ ଟିକେ ହଳଦୀ ମିଶାଇ ପିଅନ୍ତୁ।

ଗରମ ଖିର ଓ ହଳଦୀ ପିଇବା ଦ୍ୱାରା ତ୍ୱଚାର ରଂଗ ବି ଉଜ୍ୱଳ ହୋଇଥାଏ। ଚର୍ମ ଚିକ୍କଣ ହେବା ସହ ମୁଖର ଔଜଲ୍ୟ ଦ୍ୱିଗୁଣିତ ହୋଇଥାଏ।

ଖିରରେ ହଳଦୀ ମିଶାଇ ପିଇଲେ ରାତିରେ ସୁନିଦ୍ରା ହୋଇଥାଏ। ଏହାକୁ ରାତ୍ର ଭୋଜନ କରି ସାରି ପିଇଲେ ଖୁବ୍‌ ଭଲ ନିଦ ହୋଇଥା‌ଏ।

ଯେଉଁମାନଙ୍କୁ ବାରମ୍ବାର ପରିଶ୍ରା ଲାଗିବା ଦ୍ବାରା ରାତିରେ ନିଦ ଭାଙ୍ଗୁଥାଏ ସେମାନଙ୍କ ପାଇଁ ବି ହଳଦୀ ମିଶା ଖିର ଖୁବ୍ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ।

ଖିରରେ ହଳଦୀ ମିଶ୍ରଣ କରି ପିଇବା ଦ୍ବାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।