ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଖାଦ୍ୟ ସାହିତ୍ୟ’ ବି ରୋମାଞ୍ଚକର ହୋଇପାରେ: ଚିତ୍ରିତା ବାନାର୍ଜୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଖାଦ୍ୟପ୍ରେମୀ। ଖାଦ୍ୟକୁ ନେଇ ଭାରତର ଏକ ସ୍ବତନ୍ତ୍ର ସଂସ୍କୃତି ରହିଛି। କିନ୍ତୁ ଆମେ ସାହିତ୍ୟରେ ଖାଦ୍ୟକୁ ସେତେଟା ଗୁରୁତ୍ବ ଦେଉନା। କିଛି ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀ‌ରେ ଆମେ ‘ଖାଦ୍ୟ ସାହିତ୍ୟ’କୁ ସୀମିତ ରଖିଦେଉ। କିନ୍ତୁ ଖାଦ୍ୟକୁ ନେଇ କାଳ୍ପନିକ, ଐତିହାସିକ, ରୋମାଞ୍ଚଭରା ସାହିତ୍ୟ ମଧ୍ୟ ରଚନା କରିହେବ। ଗପ, କାହାଣୀ, ଉପନ୍ୟାସ ମାଧ୍ୟମରେ ଆମେ ଏକ କାଳଖଣ୍ଡର ଖାଦ୍ୟାଭ୍ୟାସ, ଖାଦ୍ୟ ସଂସ୍କୃତି, ଗୁରୁତ୍ବ ଓ ଉପକାରିତା ସମ୍ପର୍କରେ ପାଠକଙ୍କୁ ସଚେତନ କରାଇପାରିବା। ‘ସମ୍ବାଦ’ ସହଯୋଗରେ ଭୁବନେଶ୍ବର କ୍ଲବ୍‌ରେ ଚାଲିଥିବା ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବର ଅନ୍ତିମ ଦିନର ପ୍ରଥମ ଅଧିବେଶନ ‘ଫିଷ୍ଟିଂ ଇଣ୍ଡିଆ’ ଶୀର୍ଷକ ଆଲୋଚନାଚକ୍ରରେ ଆଭାସୀ ମାଧ୍ୟମରେ ଯୋଗଦେଇ ଭାରତୀୟ ଖାଦ୍ୟ ଐତିହାସିକ ତଥା ଔପନ୍ୟାସିକା ଚିତ୍ରିତା ବାନାର୍ଜୀ ଆଜି ଏହା କହିଛନ୍ତି।

‌ସେ ଆହୁରି କହିଥିଲେ, ‘ମୁଁ ଏତେ ଖାଦ୍ୟପ୍ରିୟ ଯେ ଖାଦ୍ୟ ପ୍ରସ୍ତୁତ କରିବା, ଖୁଆଇବା ଓ ଖାଇବାକୁ ପାଗଳ ଥିଲି। ଖାଦ୍ୟକୁ ନେଇ ଲେଖିବା ବି ଆରମ୍ଭ କଲି। ସୌଭାଗ୍ୟବଶତଃ ମୁଁ ‌୯୦ ଦଶକରେ ଯେତେବେଳେ ଲେଖା ଆରମ୍ଭ କଲି, ସେତେବେଳେ ଇଣ୍ଟରନେଟ୍‌ ବିକଶିତ ହୋଇ ଚାଲିଥିଲା। ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍‌ ଓ ଇଣ୍ଟରନେଟ୍‌ରେ ମୋ ଲେଖାର ସହଜ ଉପଲବ୍ଧତା, ମୋତେ ଆହୁରି ଲୋକପ୍ରିୟ କରିଥିଲା। ଖାଦ୍ୟ ସାହିତ୍ୟର ପରିଭାଷା ବି ବଦଳିଥିଲା। ରୋଶନୀ ବଜାଜ୍‌ ସାଂଘ୍‌ଭି ଅଧିବେଶନକୁ ପରିଚାଳନା କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।