ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଖାଦ୍ୟ ନ ମିଳିବାରୁ ୩୮ ସେକେଣ୍ଡରେ ହାତୀ ଉପାଡିଦେଲା ବିଶାଳ ଗଛ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦର୍ଶାଯାଇଛି ଯେ ହାତୀଟିଏ ମାତ୍ର ୩୮ ସେକେଣ୍ଡରେ ଏକ ଗଛକୁ ଉପାଡି ଦେଇଛି। ଏହି ଭିଡିଓଟି ପ୍ରଥମେ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଟ୍ୱିଟରରେ ସେୟାର କରିଥିଲେ, ଯାହା ପରେ ଏହା ଭାଇରାଲ ହୋଇଥିଲା। ଏହି ୩୮ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଛି ଯେ ହାତୀଟି ନିଜର ଏତେ ଶକ୍ତି ଲଗାଇଦେଇଥିଲା ଯେ, ଗଛଟି ଉପୁଡି ଯାଇଥିଲା | ତେବେ ହାତୀଟି କାହିଁକି ଗଛକୁ ଉପାଡି ଦେଲା ? ବୋଲି ଲୋକମାନେ ସୋସିଆଲ ମିଡିଆରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ |

ଆଉ ଏହାର ଉତ୍ତରରେ ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ ହାତୀ ସବୁଜ ପତ୍ର ଖାଇବା ପାଇଁ ଗଛ ଉପରେ ଚଢ଼ିବାକୁ ଚାହୁଁଥିଲା… କିନ୍ତୁ ଯେତେବେଳେ ସେ ଚଢି ପାରିନଥିଲା ଓ ହାତୀର ଶୁଣ୍ଢ ଦଳ ଯାଏଁ ପହଂଚିପାରିନଥିଲା, ସେତେବେଳେ କ୍ରୋଧାନ୍ୱିତ ହୋଇ ହାତୀଟି ଗଛକୁ ସମ୍ପୂର୍ଣ୍ଣ ଉପାଡ଼ିଦେଇଥିଲା |

ଯାହା ଦ୍ୱାରା ଗଛର ପତ୍ରକୁ ଆରାମରେ ଖାଇ ପାରିବ। ଜଣେ ୟୁଜର୍ସ ହାତୀର ଏହି ଶକ୍ତି ଦେଖି ଏହାକୁ ଜେସିବି ମେସିନ୍ ସହିତ ତୁଳନା କରିଥିଲେ। ସୂଚନା ଥାଉ କି ଏହି ଭିଡିଓଟି ନିର୍ଦ୍ଦିଷ୍ଟ କେଉଁଠୁ ଆସିଛି, ଏହା ସ୍ପଷ୍ଟ ହୋଇନାହିଁ | କିନ୍ତୁ ଏହି ହାତୀଟି ଆଫ୍ରିକୀୟ ବୁଲ ପ୍ରଜାତିର ଯାହା ଅତି ଶକ୍ତିଶାଳୀ ବୋଲି ବିବେଚନା କରାଯାଏ |

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ