ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ସଭାଗୃହ ଠାରେ ଅନୂସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ବିଦ୍ୟାଳୟ ଓ ଆଶ୍ରମ ମାନଙ୍କରେ ରହି ପାଠ ପଢୁଥିବା ଛାତ୍ର ଛାତ୍ରୀ କିଭଳି ଖାଦ୍ୟ ଓ ପୋଷାକ ଯୋଗାଇ ଦିଆଯିବ ଏନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ମିଶନ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ ଏହି ତାଲିମ୍ ଶିବିର କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଣବ ପ୍ରକାଶ ପରିଡା ଅଧ୍ୟକ୍ଷତାରେ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞନ ମହନ୍ତ, ମହିଳା ଓ ଶିଶୁ ବିକାଶ ଅଧିକାରୀ ହରପ୍ରିୟା ମେହେର କାର୍ଯ୍ୟକ୍ରମ ପରିଚାଳକ ସଂଯୋଜକ ସଂଗ୍ରାମ କେଶରୀ ସାହୁ ମିଶନ ଶକ୍ତିର ସଂଯୋଜକ ବାଦଲ ନାଏକ ତାଲିମ ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ


