ଅପରାଧ ରାଜ୍ୟ

ଖାଦାନ ପାଇଁ ଚାଷୀ ଆତ୍ମହତ୍ୟା: ନ୍ୟାୟ ନପାଇ ଜୀବନ ହାରିଲେ

ଯାଜପୁର/ଧର୍ମଶାଳା/ଚଢ଼େଇଧରା: ଧର୍ମଶାଳା ବ୍ଲକ୍ ବାଜବାଟି ମୌଜାର ଚାଷୀ ନିତ୍ୟାନନ୍ଦ ପରିଡ଼ା (୫୦)ଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ଖେଳିଯାଇଛି। କଳାପଥର ଖାଦାନ ପାଇଁ ତାଙ୍କର ୩ ଏକର ଧାନଚାଷ ଜମି ଲଗାତାର ଉଜୁଡ଼ି ଯାଉଥିଲା। ନ୍ୟାୟ ନପାଇ ଶେଷରେ ସେ ଆତ୍ମହତ୍ୟା କରିବା ଭଳି ପନ୍ଥାକୁ ଆପଣାଇ ନେଲେ। ପ୍ରକାଶ ଥାଉକି ଧର୍ମଶାଳା ତହସିଲ ଅଧୀନ ବାଜବାଟୀ ପାହାଡ଼ର ଖାଦାନ ନମ୍ବର ବିଏସ୍‌କ୍ୟୁ-୬ କୁ ପ୍ରଶାସନ ପକ୍ଷରୁ ସମରେନ୍ଦ୍ର ନାୟକଙ୍କୁ ଲିଜ୍ ଦିଆଯାଇଛି। ଏହି ଖାଦାନ ନିକଟରେ ଚାଷୀ ନିତ୍ୟାନନ୍ଦଙ୍କର ପାଖାପାଖି ୩ ଏକର ଚାଷଜମି (ରେକର୍ଡ ଜମି) ରହିଛି l ପଥର ଖାଦାନ ଦିନକୁ ଦିନ ଗଭୀର ହେବାରୁ ଚାଷଜମିରେ ପାଣି ରହୁନଥିଲା।

ଅନ୍ୟପଟେ ଶକ୍ତିଶାଳୀ ବ୍ଲାଷ୍ଟିଂ ଦ୍ୱାରା ଖେତରେ ପଥର ଖଣ୍ଡ ପଡ଼ି ଫସଲ ନଷ୍ଟ ହେଉଥିଲା। ଫସଲ ଜଗିବା ଲାଗି ନିଜ ଜମିରେ ଏକ ଚାଳିଆ କରିବା ସହ ନିକଟରେ ଥିବା ସରକାରୀ ଅନାବାଦୀ ଜମିରେ ନିତ୍ୟାନନ୍ଦ ବାଉଁଶ ଗଛ ଲଗେଇଥିଲେ। ଖାଦାନ ମାଲିକ ସେହି ଅନାବାଦୀ ଜାଗାରୁ ପଥର ଖନନ କରି ବାଉଁଶ ନଷ୍ଟ କରିଦେଇଥିଲେ। ୨୦୨୧ରେ ସେ ନିଜ ଫସଲ ସୁରକ୍ଷା ଲାଗି ପଥର ଖନନକୁ ବିରୋଧ କରି ବିଭିନ୍ନ ଫୋରମରେ ଅଭିଯୋଗ ପରେ ହତାଶ ହୋଇ ରାଜ୍ୟପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ। ୬ ମାସ ତଳେ ପୁଣି ଲିଜ୍ ଦିଆଯାଇଥିବା ୬ ନମ୍ବର ଖାଦାନର ସାନି ମାପଚୁପ କରି ସୀମା ନିର୍ଦ୍ଧାରଣ କରାଯାଇଛି। ସେଥିରେ ପ୍ରଶାସନ ଓ ଲିଜଧାରୀଙ୍କ ପକ୍ଷରୁ ଚାଷୀ ନିତ୍ୟାନନ୍ଦଙ୍କ ରେକର୍ଡ ଖେତରେ ପ୍ରାୟ ୫୦/୨୦୦ କଡ଼ି ଜାଗାରେ ପିଲାର ପୋଷ୍ଟିଂ କରାଯାଇଥିଲା। ଏହାକୁ ନେଇ ସେ ମାନସିକ ଚାପରେ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପଥର ବେପାରୀଙ୍କ ଉପଦ୍ରବ ଆଗରେ ସେ ଅସହାୟ ହୋଇପଡ଼ିଥିଲେ। ନିତ୍ୟାନନ୍ଦଙ୍କ ମୃତଦେହକୁ ଆଜି ଗାଁରେ ଶୋକାକୁଳ ପରିବେଶରେ ସଂସ୍କାର କରାଯାଇଛି। ତାଙ୍କ ଏକମାତ୍ର ପୁତ୍ର ପ୍ରିୟରଞ୍ଜନ ପରିଡ଼ା ମୁଖାଗ୍ନି ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।