ରାଜ୍ୟ ସ୍ପେଶାଲ ରିପୋର୍ଟ

ଖାଉଟି କମିସନରେ ଡାକ ବିଭାଗ ଦଣ୍ଡିତ: ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ପ୍ରିମିୟମ ପଇଠ କରିଥିବା ଗ୍ରାହକଙ୍କୁ ବୀମା ଯୋଜନାରେ ଅର୍ଥ ପ୍ରଦାନ ପ୍ରସଙ୍ଗରେ ଡାକ ବିଭାଗର ଅବହେଳା ଅଭିଯୋଗକୁ ଖାଉଟି ଅଦାଲତ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗ୍ରାମୀଣ ଡାକ ଜୀବନ ବୀମା ଯୋଜନାରେ ସନ୍ତୋଷ ଆସ୍ୟୁରାନ୍ସ ପଲିସି ୨୦୧୧, ଜାନୁଆରି ୩୧ରେ ଆବେଦନକାରୀ ବଟକୃଷ୍ଣ ଦାସ ନେଇଥିଲେ। ଏଥିପାଇଁ ପ୍ରିମିୟମ ବାବଦରେ ଓସ୍ତପୁର ପୋଷ୍ଟ ଅଫିସରେ ବିଭିନ୍ନ ସମୟରେ ୭୨୧ ଟଙ୍କା ଜମା କରିବା ଓ ଏ ବାବଦ ରସିଦ ମଧ୍ୟ ହାସଲ କରିଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ଆବେଦନକାରୀ କେତେକ କିସ୍ତିର ଟଙ୍କା ଜମା କରି ନଥିବା ଓସ୍ତପୁର ପୋଷ୍ଟ ଅଫିସରୁ ଜାଣିବାକୁ ପାଇଥିଲେ। ଆବେଦନକାରୀ ପୂର୍ବରୁ ପାଇଥିବା ରସିଦ ଦେଖାଇଥିଲେ ମଧ୍ୟ ଏହାକୁ ଡାକ ବିଭଗ ତରଫରୁ ବିଚାରକୁ ନିଆଯାଇ ନଥିଲା। ଏ ନେଇ ଆବେଦନକାରୀ ଖାଉଟି କମିସନରେ ୨୦୨୦ରେ ମାମଲା ରୁଜୁ କରିଥିଲେ। କମିସନ ସଭାପତି ଦେବାଶିଷ ନାୟକ ଓ ସଦସ୍ୟ ଶିବାନନ୍ଦ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିରଂଜନ ସିଂହ ମାମଲା ପରିଚାଳନା କରୁଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।