ଦେଶ ବିଦେଶ

ଖାଇ‌ରେ ଖସିପଡ଼ିଲା ଯାତ୍ରୀବାହୀ ବସ୍‌; ୨୭ ମୃତ, ୧୭ ଆହତ

ଉହାକା: ବୁଧବାର ଦିନ ମେକ୍ସିକୋର ଦାକ୍ଷିଣାତ୍ୟ ରାଜ୍ୟ ଉହାକାରେ ପାହାଡ଼ୀ ରାସ୍ତାରେ ଯାଉଥିବା ଗୋଟାଏ ଯାତ୍ରୀବାହୀ ବସ୍ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଖାଇକୁ ଖସି ପଡ଼ିବାରୁ ଅନ୍ୟୂନ ୨୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।

ଉହାକା ରାଜ୍ୟ ପ୍ରୋସ୍ୟୁକୁଟର୍‌ ବର୍ଣ୍ଣାଡୋ ରୋଡ୍ରିଗ୍ବେଜ୍‌ ଆଲାମିଲା ଫୋନ୍‌ ଯୋଗେ ଗଣମାଧ୍ୟମକୁ କହିଛନ୍ତି, ପ୍ରାରମ୍ଭିକ ସୂଚନା ଅନୁସାରେ, ୨୭ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଚିକିତ୍ସା ନିମନ୍ତେ ଆହତ ହୋଇଥିବା ଆଉ ୧୭ଜଣ ଯାତ୍ରୀଙ୍କୁ ସେ ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଥିଲେ ବି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ କରାଯାଇଛି।

Mexico: At least 27 killed in tragic bus accident in Oaxaca state - World  News
Image Courtesy of WION

ସଂଗୃହୀତ ସୂଚନା ଅନୁସାରେ, ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ମ୍ୟାଗ୍‌ଡାଲେନା ପିନାସ୍କୋ ନଗରୀରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରୁ ଉତ୍ତୋଳିତ ଫଟୋରେ ଦେଖାଯାଉଛି ଭାଙ୍ଗିରୁଜି ଚେପା ହୋଇଯାଇଥିବା ବସ୍‌ଟି ପାହାଡ଼ ତଳେ କଡ଼େଇ ହୋଇ ପଡ଼ିଛି ଓ ନିକଟରେ ଉଦ୍ଧାରକାରୀମାନେ ଉଦ୍ଧାର ଅଭିଯାନ ଚଳାଇଛନ୍ତି।

‘ସିଭିଲ୍‌ ପ୍ରୋଟେକ୍‌ସନ୍‌ ଏଜେନ୍‌ସି’ କହିବା ଅନୁସାରେ, ଡାକ୍ତରଖାନାକୁ ନେବା ବେଳେ ଚେତା ହରାଇଥିବା ୬ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା।

ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି, ଆଞ୍ଚଳିକ ପରିବହନ କମ୍ପାନିଦ୍ବାରା ପରିଚାଳିତ ଏହି ବସ୍‌ ମଙ୍ଗଳବାର ରାତିରେ ରାଜଧାନୀ ମେକ୍ସିକ‌ୋ ସିଟିରୁ ସାଣ୍ଟିଆଗୋ ଡି ୟୋ‌ସୋଣ୍ଡୁଆ ନଗରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି, ସମ୍ଭବତଃ ଡ୍ରାଇଭର୍‌ ବସ୍‌ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ୮୦ ଫୁଟ୍‌ରୁ ଅଧିକ ଗଭୀର ପର୍ବତ ଖାଇ ମଧ୍ୟକୁ ଖସି ପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ