ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଖାଇବାର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ କସ୍ତୁରୀ ମେଥି

ଭୁବନେଶ୍ୱର ୦୨/୦୨ : ଦୈନନ୍ଦିନ ଜୀବନରେ ଆମେ ଅନେକ ମସଲା ବ୍ୟବହାର କରୁ। ବ୍ୟଞ୍ଜନର ସ୍ୱାଦ ପାଇଁ ରୋଷେଇ ବେଳେ ନାନା ମସଲା ବ୍ୟବହାର କରିଥାଉ। କିନ୍ତୁ ମସଲାର ଲାଭ ସମ୍ବନ୍ଧରେ ଅନେକ ଲୋକ ଜାଣିନଥାନ୍ତି। ଏହିଭଳି ଏକ ମସଲା ହେଲା କସ୍ତୁରୀ ମେଥି। କସ୍ତୁରୀ ମେଥି ଟିକିଏ ପିତା କିନ୍ତୁ ଏହା ବ୍ୟଞ୍ଜନର ସ୍ୱାଦିଷ୍ଟ ଦୁଇଗୁଣ ବଢ଼ାଇ ଦେଇଥାଏ। ସ୍ୱାଦ ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଯଦି ଆପଣ ଦୈନନ୍ଦିନ ଭୋଜନରେ କସ୍ତୁରୀ ମେଥି ସାମିଲ କରୁଛନ୍ତି ତାହେଲେ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ। କସ୍ତୁରୀ ମେଥି କାହିଁକି ଲାଭଦାୟକ ପଢନ୍ତୁ।

ଯଦି ଆପଣଙ୍କର ପାଚନ ସମ୍ବନ୍ଧୀୟ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଅଛି ତାହେଲେ କସ୍ତୁରୀ ମେଥି ସେବନ ବହୁତ ଲାଭଦାୟକ। ଏଥିରେ ଫାଇବର ଥିବାରୁ ପାଚନ ତନ୍ତ୍ରକୁ ଠିକ କରିଥାଏ ଓ ପେଟକୁ ସଫା କରି କୋଷ୍ଠକାଠିନ୍ୟରୁ ଆରାମ ଦେଇଥାଏ। ସନ୍ତୁଳିତ ମାତ୍ରାରେ ଫାଇବର ଥିବାରୁ ଗ୍ୟାସ୍ଟ୍ରୋଟେସ୍ଟଇନାଲ ପ୍ରକ୍ରିୟା ଠିକ ରହେ ଓ ହଜମ ପ୍ରକ୍ରିୟା ସହଜ ହୋଇଥାଏ।

କସ୍ତୁରୀ ମେଥି ଏନିମିଆ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏଥିରେ ଭରପୁର ମାତ୍ରାରେ ଆଇରନ ରହିଛି ଯାହାଦ୍ୱାରା ହେମୋଗ୍ଲୋବିନ ମାତ୍ରା ଠିକ ରହିଥାଏ ଓ ଏନିମିଆର ପ୍ରଭାବ ଦୂର କରିଥାଏ। ମହିଳା ନିଶ୍ଚୟ ସେବନ କରିବା ଉଚିତ।

ଯଦି ଆପଣ ଓଜନ ବଢିବା ନେଇ ଚିନ୍ତିତ ତାହେଲେ କସ୍ତୁରୀ ମେଥି ଆପଣଙ୍କ ପାଇଁ ଲାଭଦାୟକ। ଆପଣ ପ୍ରତିଦିନ ଭୋଜନରେ କସ୍ତୁରୀ ମେଥି ପ୍ରୟୋଗ କରିପାରିବେ। ଖାଲି ପେଟରେ ଏହାର ସେବନ ଲାଭଦାୟକ ପ୍ରମାଣିତ ହୋଇଥାଏ।

କସ୍ତୁରୀ ମେଥି ସେବନ ଦ୍ୱାର ବ୍ଲଡ଼ ସୁଗାର ଲେଭଲ ନିୟନ୍ତ୍ରଣ ରହେ। ମଧୁମେହ ରୋଗୀ କସ୍ତୁରୀ ମେଥି ନିଶ୍ଚୟ ସେବନ କରିବା ଉଚିତ। ଏଥିରେ ଥିବା ହାଇପୋଗ୍ଲାଇସେମିକ ଗୁଣ ବ୍ଲଡ଼ରେ ସୁଗାର ମାତ୍ରା କାମ କରିଥାଏ। ଏଥିପାଇଁ ରାତିରେ ୧୦ ଗ୍ରାମ ମେଥି ୪୦ ମିଲି ପାଣିରେ ପକାଇ ରଖିଦିଅନ୍ତୁ। ସକାଳୁ ଖାଲି ପେଟରେ ଏହି ପାଣି ସେବନ ବହୁତ ଲାଭଦାୟକ।

ପ୍ରସବ ପରେ କସ୍ତୁରୀ ମେଥି ଚା’ ବହୁ ଲାଭଦାୟକ। ଏଥିରେ ଥିବା ଗ୍ୟାଲେକ୍ଟଗାଗ (Galactagogue) ମା’ କ୍ଷୀର ବୃଦ୍ଧି କରିଥାଏ।

(ବି ଦ୍ର :ଉପରେ ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ