ରାଶିଫଳ

ଖାଆନ୍ତୁ ସତେଜ୍‌ ଆତ : ଶରୀରରେ ଦେଖାଯିବନି ରକ୍ତହୀନତା, ଡାଇବେଟିସ୍‌ରୁ ମିଳିବ ମୁକ୍ତି

ଭୁବନେଶ୍ୱର ୨୨/୦୨ : ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଆତ । ଯେଉଁଥିରୁ କ୍ୟାଲସିୟମ୍ ଏବଂ ଫାଇବର ପରି ନ୍ୟୁଟ୍ରିଏଣ୍ଟସ୍ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଆର୍ଥ୍ରାଇଟିସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ । ଏହି ଗଛର ଛାଲକୁ ମଧ୍ୟ ଔଷଧ ତିଆରି ପାଇଁ ବ୍ୟବହାର କରାଯାଇଥାଏ । ତେବେ ଆତର ବିଭିନ୍ନ ଉପକାରିତା ମଧ୍ୟ ରହିଛି । ଯାହାକୁ ବ୍ୟବହାର କରି ଆପଣ ଅନେକ ପ୍ରକାରର ରୋଗରୁ ରକ୍ଷା ପାଇପାରିବେ ।

ମସ୍ତିସ୍କ ଶକ୍ତି ବୃଦ୍ଧି : ଆତରେ ଭିଟାମିନ୍ ବି-୬ ଭରପୁର ରହିଥାଏ । ଯାହା ମସ୍ତିଷ୍କକୁ ତୀବ୍ର କରିବା ସହିତ ବ୍ରେନ୍ କୁ ଫ୍ରେସ୍ ରଖିଥାଏ ।

ହାର୍ଟ ସମସ୍ୟା : ଆତରେ ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ହୃତପିଣ୍ଡ ସମସ୍ୟାକୁ ଦୂର କରିଥାଏ । ତେଣୁ ହାର୍ଟ ରୋଗୀମାନେ ଆତ ଖାଇବା ନିହାତି ଆବଶ୍ୟକ ହୋଇଥାଏ ।

ରକ୍ତ ଚାପ : ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ ରୋଗୀମାନେ ଆତ ଖାଇବା ଉଚିତ୍ ଏଥିରେ ପୋଟାସିୟମ୍ ରହିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

ହଜମ ପ୍ରକିୟା : ଆତରେ ପ୍ରଚୁର ପରିମାଣର ଫାଇବର ରହିଥାଏ, ଯାହା ହଜମ ପାଇଁ ସହାୟକ ହୋଇଥାଏ ।

ରକ୍ତହୀନତା: ଏହି ଫଳରେ ଥିବା ଆଇରନ୍ ଏବଂ କପର୍ ଶରୀରରେ ରକ୍ତ ଅଭାବକୁ ପୂରଣ କରିଥାଏ ।

ମଧୁମେହ ସମସ୍ୟାରୁ ମୁକ୍ତି : ଆତ ଖାଇବା ଦ୍ୱାରା ବ୍ଲଡ୍ ଶୁଗାରର ସ୍ତର କମିଯାଇଥାଏ, ଯାହା ମଧୁମେହ ସମସ୍ୟା ଦୂର କରିଥାଏ ।

ଡିପ୍ରେସନ୍ ର ସମସ୍ୟା ଦୂର କରିଥାଏ: ଏହି ଫଳରେ ଭିଟାମିନ୍-ବି ଥାଏ, ଯାହା ଡିପ୍ରେସନର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

NewsLaxmi7

About Author

You may also like

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ
ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ