ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ପୂର୍ବ ସୂଚନା ମୁତାବକ ଗତକାଲି ରାତିରେ ରାଜ୍ୟର ପାରଦ ସ୍ତର ନିମ୍ନଗାମୀ ହୋଇଛି ଓ ରାଜ୍ୟରେ ଶୀତ ବଢ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଗତକାଲି ରାତିରେ ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ କିରେଇରେ ୬.୮ ଡିଗ୍ରି ଓ ଫୁଲବାଣୀରେ ୮ ଡିଗ୍ରି ,ଝାରସୁଗୁଡ଼ାରେ ୯ ଡିଗ୍ରି ଏବଂ ରାଉରକେଲାରେ ୯.୨ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ପାରଦ ସ୍ତର ମଧ୍ୟ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ଖସିଥିଲା। କଟକର ରାତି ତାପମାତ୍ରା ଗତକାଲି ୧୫.୫ ଡିଗ୍ରି ଓ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୫.୬ ଡିଗ୍ରି ରହିଥିଲା।
ସେହିଭଳି ରାଜ୍ୟର ଅଧିକାଂଶ ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଥିଲା। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୩୫ ଡିଗ୍ରି ଓ ମାଲକାନଗିରିରେ ୩୪.୫ ଡିଗ୍ରି ରେକର୍ଡ କରାଯାଇଥିଲା। କିନ୍ତୁ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରିରୁ ଖସି ୩୨.୪ ଡିଗ୍ରିରେ ଓ କଟକର ସର୍ବୋଚ୍ଚ ଦିନ ତାପମାତ୍ରା ୩୦.୫ ଡିଗ୍ରିକୁ ଖସିଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହା ପରବର୍ତ୍ତୀ ସମୟରେ ରାଜ୍ୟର ରାତି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l