ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଷ୍ଟ୍ରପତିଙ୍କୁ ଭେଟିଲେ ଅଲ୍‌ ଓଡ଼ିଶା ଲୟର୍ସ ଆସୋସିଏସନ୍‌ କର୍ମକର୍ତ୍ତା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର/ବ୍ରହ୍ମପୁର: ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ବ ଆଇନଜୀବୀଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଉଦ୍ଦେଶ୍ୟ ନେଇ ଗଠିତ ହୋଇଥିବା ଅଲ୍‌ ଓଡ଼ିଶା ଲୟର୍ସ ଆସୋସିଏସନ୍‌(ଓଲା)ର କର୍ମକର୍ତ୍ତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗତ ୧୦ ତାରିଖ ଦିନ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟପାଳଙ୍କ ପ୍ରକୋଷ୍ଠରେ ‘ଓଲା’ର କର୍ମକର୍ତ୍ତାମାନେ ଭେଟି ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଶେଷକରି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିକରି ଆଇନଜୀବୀମାନେ ଆନ୍ଦୋଳନ କରିବା ସମୟରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ହାଇକୋର୍ଟ ସେମାନଙ୍କ ଜାମିନ ମଞ୍ଜୁର କରିଥିବା ବେଳେ ଉକ୍ତ ଆଇନଜୀବୀଙ୍କ ବିରୋଧରେ ୪ଟି ଅପରାଧିକ ମାମଲା ରୁଜୁ କରାଯାଇଛି।

8

ନ୍ୟାଯ୍ୟ ଦାବି ପାଇଁ ଆଇନଜୀବୀମାନେ ଆନ୍ଦୋଳନ କରିଥିବା ଯୋଗୁଁ ସେମାନଙ୍କ ବିରୋଧରେ ଲାଗିଥିବା ଅପରାଧିକ ମାମଲା ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିବାକୁ ଅବଗତ କରାଇଥିଲେ। ଏଥିସହିତ, ରାଷ୍ଟ୍ରପତି ନିଜ ଅଭିଭାଷଣରେ ଜେଲ୍‌ରେ ରହିଥିବା ଗରିବ ଶ୍ରେଣୀର ଲୋକଙ୍କୁ ଆଇନଗତ ସହାୟତା ଦେବାପାଇଁ କହିଥିବା ବେଳେ ‘ଓଲା’ କର୍ମକର୍ତ୍ତା ଏଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
‘ଓଲା’ର ଅଧ୍ୟକ୍ଷ ଜ୍ଞାନରଂଜନ ମହାନ୍ତି, ସଭାପତି ବିରେନ୍ଦ୍ର କୁମାର ପଟ୍ଟନାୟକ, ସାଧାରଣ ସଂପାଦକ ସଂଜୀତ୍‌ କୁମାର ପାଣିଗ୍ରାହୀ, ଉପଦେଷ୍ଟା ସୁବାସ ଚନ୍ଦ୍ର ମିଶ୍ର, ସାଂଗଠନିକ ସଂପାଦକ ସଂଜୀତ୍‌ ମହାନ୍ତି ପ୍ରମୁଖ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତାଲୋଚନା କରିଥ‌ିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।