ରାଜ୍ୟ

ଖଲ୍ଲିକୋଟ ବିଜେଡିରେ ବିଦ୍ରୋହ: ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ’ ଦାବିରେ ଅସନ୍ତୁଷ୍ଟ ନବୀନ ନିବାସ ମୁହାଁ

ଖଲ୍ଲିକୋଟ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ଅସନ୍ତୁଷ୍ଟ ଓ ନେତା କର୍ମୀମାନେ ଖୋଲାଖୋଲି ସ୍ବର ଉତ୍ତୋଳନ କରିବା ସହ ‘ବିଧାୟିକା ହଟାଅ, ଖଲ୍ଲିକୋଟ ବଞ୍ଚାଅ ଓ ଜୟ ନବୀନ, ଜୟ ରାଣୀମା’ ସ୍ଲୋଗାନ୍ ଲେଖାଯାଇଥିବା ପୋଷ୍ଟର ଓ ବ୍ୟାନର୍ ସହ ଖଲ୍ଲିକୋଟସ୍ଥିତ ଗୁରାପଲ୍ଲୀରୁ ଭୁବନେଶ୍ୱର ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି। ଏଥିରେ ପୁରୁଷୋତ୍ତମପୁର ଏନ୍‌ଏସି ଓ ବ୍ଲକ୍‌ର କିଛି ନେତା ସାମିଲ ହୋଇଛନ୍ତି। ସେଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କୁ ‌‌ଭେଟିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ଆଜି ସେମାନେ ଭୁବନେଶ୍ବରରେ କିଛି ବରିଷ୍ଠ ନେତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ବରିଷ୍ଠ ବିଜେଡି ନେତା ତଥା ଖଲ୍ଲିକୋଟ ବ୍ଲକର ପୂର୍ବତନ ଅଧକ୍ଷ ଡି. ରାଧାଶ୍ୟାମ ଦୋରା, ବରିଷ୍ଠ ବିଜେଡି ନେତ୍ରୀ ବୀଣାପାଣି ପାଣିଗ୍ରାହୀ, ବ୍ଲକ୍ ଆତ୍ମା ଅଧ୍ୟକ୍ଷ ବିମ୍ବାଧର ତ୍ରିପାଠୀ, ପୂର୍ବତନ ସରପଞ୍ଚ ଦୁର୍ଗା ମଲ୍ଲିକ, ସୁବଳ ସାହୁ, ମନୋଜ କୁମାର ପ୍ରଧାନ, ସକଳେଶ୍ୱର ଦାସ, ଯୁବନେତା ନିରଞ୍ଜନ ନାୟକ, ଯୁବ ବିଜେଡି ନେତା ନାରାୟଣ ପାଢ଼ୀ ଓ ଆଇନଜୀବୀ କୃଷ୍ଣଚନ୍ଦ୍ର ସାହୁ, ଛାତ୍ର ନେତା ବିଭୂ ପଟ୍ଟନାୟକ, ପୁରୁଷୋତ୍ତମପୁର ବ୍ଲକରୁ ଜିଲ୍ଲା ବିଜେଡି ସମ୍ପାଦକ ଦିଗାମ୍ବର ପାଣିଗ୍ରାହୀ, ଭାସ୍କର ବେହେରା, ରବି ବେହେରା, ସରପଞ୍ଚ ଭାସ୍କର ଦୋରା, ଯାମୁନି ସରପଞ୍ଚଙ୍କ ସମେତ ପୁରୁଷୋତ୍ତମପୁର ଏନ୍‌ଏସିର ୮ଜଣ କାଉନସିଲର୍ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରକାଶ ଥାଉକି, ଖଲ୍ଲିକୋଟ ବିଧାନସଭା ଆସନ ଟିକେଟ ପାଇଁ ବର୍ତ୍ତମାନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ଏନ୍‌ଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରାଙ୍କ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଭଳି ପରିସ୍ଥିତିରେ ଜଣେ ପୂର୍ବତନ ବିଧାୟକ ବିଜେଡି ଛାଡ଼ି ବିଜେପିରେ ମିଶିବାକୁ ଯୋଜନା କରୁଛନ୍ତି। ଯାହାକି ରାଜନୈତିକ ପାଣିପାଗକୁ ସରଗରମ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।