ନୂଆଦିଲ୍ଲୀ ୩୧/୦୮ : ବଲିଉଡ ଅଭିନେତା ରାଜକୁମାର ରାଓ ଆଜି ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ଅଭିନେତାଙ୍କ ପ୍ରତ୍ୟେକ ଫିଲ୍ମ ପରଦାରେ ଚମତ୍କାର କରିଥାଏ ଏବଂ ତାଙ୍କ ଅଭିନୟ ପ୍ରତ୍ୟେକ ଥର ଲୋକଙ୍କୁ ଦିୱାନା କରିଦେଇଥାଏ । କିନ୍ତୁ ଜଣେ ସାଧାରଣ ବ୍ୟକ୍ତିରୁ ଅଭିନେତା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଏତେ ସହଜ ନଥିଲା । ରାଜକୁମାରଙ୍କ ସଂଘର୍ଷ ଦିନର କାହାଣୀ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ରାଜକୁମାର ରାଓ ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଅଗଷ୍ଟ ୩୧, ୧୯୮୪ ରେ ଗୁଡଗାଓଁର ଅହିରୱାଲରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅତ୍ମରାମ ସନାତନ ଧର୍ମ କଲେଜରୁ ଗ୍ରାଜୁଏସନ୍ ଏବଂ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ପ୍ରତିଷ୍ଠାନରେ ଅଧ୍ୟୟନ କରିବା ପରେ ରାଜକୁମାର ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଗଢିବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।
ରାଜକୁମାରଙ୍କୁ ସଫଳତା ଏତେ ସହଜରେ ମିଳି ନାହିଁ। ସେ ତାଙ୍କର ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କୁ ଅନେକ ଥର ରିଜେକ୍ସନ୍ର ସାମ୍ନା କରିବାକୁ ପଡିଛି। ସେତେବେଳେ ତାଙ୍କ ପକେଟରେ ଟଙ୍କା ବି ନଥିଲା। ଅଭିନେତା କହିଛନ୍ତି, ମୁଁ ମୋ ଅଂଶରୁ ସାତ ହଜାର ଟଙ୍କା ଦେଉଥିଲି ଯାହା ମୋ ପାଇଁ ଅତ୍ୟଧିକ ଥିଲା। ପ୍ରତି ମାସରେ ୧୫-୨୦ ହଜାର ଟଙ୍କା ଆବଶ୍ୟକ ଥିଲା। ଥରେ ମୋ ଆକାଉଣ୍ଟରେ କେବଳ ୧୮ ଟଙ୍କା ଥିଲା ଏବଂ ମୋର ବନ୍ଧୁଙ୍କର ୨୩ ଟଙ୍କା ଥିଲା ।
ଆର୍ଥିକ ପ୍ରତିବନ୍ଧକ ହେତୁ ତାଙ୍କ ଟିଚର୍ସ ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କ ଫି’ ଭରିଥିଲେ । ମୁମ୍ବାଇରେ ସେ ନିଜ ବନ୍ଧୁଙ୍କ ବାଇକରେ ଅଡିସନ ଦେବାକୁ ଯାଉଥିଲେ। ଭଲ ଦେଖାଯିବା ପାଇଁ କ’ଣ ପିନ୍ଧିବେ ସେ ଜାଣି ନଥିଲେ। ସେ ତାଙ୍କ ମୁହଁରେ ଗୋଲାପ ଜଳ ଲଗାଇଦେଉଥିଲେ ଏବଂ ଭାବିଥିଲେ ଏଥିରେ ସେ ଭଲ ଦେଖାଯିବେ ।
ରାଜକୁମାର ୨୦୧୭ ରେ ଏକ ଇଣ୍ଟରଭ୍ୟୁରେ ଦେଇଥିଲେ । ଏହି ସମୟରେ ଅଭିନେତା କହିଥିଲେ ଯେ ଜଣେ ନିର୍ଦ୍ଦେଶକ ତାଙ୍କୁ ଗୋରା ନହେବା ଏବଂ ପର୍ଯ୍ୟାପ୍ତ ମସଲ୍ସ ନ ଥିବାରୁ କିପରି ରିଜେକ୍ଟ କରି ଦେଇଥିଲେ । ସେ କହିଥିଲେ, ‘ଯେତେବେଳେ ମୁଁ ୭ ବର୍ଷ ପୂର୍ବେ ମୁମ୍ବାଇକୁ କାମ ସନ୍ଧାନରେ ଆସିଥିଲି, ସେତେବେଳେ ମୁଁ ଆଜି ପରି ଦେଖାଯାଉ ନଥିଲି । ମୁଁ ଜଣେ ନିର୍ଦ୍ଦେଶକଙ୍କ ପାଖରେ ଅଡିସନ୍ ଦେଇଥିଲି ଯିଏକି ତାଙ୍କର ପ୍ରଥମ ଫିଲ୍ମ ନିର୍ମାଣ କରୁଥିଲେ । ନିର୍ଦ୍ଦେଶକ ମୋର ଟେଷ୍ଟକୁ ପସନ୍ଦ କରିଥିଲେ ଏବଂ ମୋତେ କହିଥିଲେ ଯେ ଅଭିନୟ ଭଲ କିନ୍ତୁ ମୁଁ ତୁମକୁ ମୁଖ୍ୟ ଭୂମିକା ଦେଇ ପାରିବି ନାହିଁ କାରଣ ଏଥିପାଇଁ ଗୋରା ଏବଂ ଭଲ ମସଲ୍ସ ଥିବା ଆବଶ୍ୟକ । କିନ୍ତୁ ତୁମେ ମୋ ଫିଲ୍ମରେ ଏକ ଛୋଟ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛ କି? ମୁଁ ତାଙ୍କ ଫିଲ୍ମ କରିନଥିଲି କାରଣ ମୁଁ ତାଙ୍କ ଫିଲ୍ମମେକିଙ୍ଗର ଥିଓରିରେ ସହିତ ସହମତ ନଥିଲି।’ ରାଜକୁମାର ରାଓ ବଲିଉଡରେ ‘ରଣ’, ‘ଲଭ୍ ସେକ୍ସ ଔର ଧୋଖା’ ଏବଂ ‘ରାଗିଣୀ ଏମ୍ଏମ୍ଏସ୍’ ଭଳି ଫିଲ୍ମ ସହିତ ତାଙ୍କର ପ୍ରଥମ ବ୍ରେକ୍ ପାଇଥିଲେ କିନ୍ତୁ ତାଙ୍କୁ ‘କାଇ ପୋ ଚେ’ ଫିଲ୍ମରୁ ସ୍ୱୀକୃତି ମିଳିଥିଲା।