କଳା ଓ ସଂସ୍କୃତି ଧର୍ମ

ଖରାପ ସମୟର ପ୍ରକୃତ ବନ୍ଧୁ ଧନ: ଆର୍ଥିକ ସମସ୍ୟା ଦୂର କରିବାକୁ କରନ୍ତୁ ଏହି ଉପାୟ

ଭୁବନେଶ୍ୱର ୨୦/୦୨ : ଧନ ଜୀବନ ପାଇଁ ନିହାତି ଆବଶ୍ୟକୀୟ। ଚାଣକ୍ୟ ଧନକୁ ଖରାପ ସମୟର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି। ବ୍ୟକ୍ତିର ଖରାପ ସମୟରେ ଯେତେବେଳେ ସମସ୍ତେ ଛାଡି ପଳେଇଥାନ୍ତି ସେତେବେଳେ କେବଳ ଧନ ହିଁ ଏକମାତ୍ର ସାଥି ଯିଏ ସଙ୍କଟରୁ ଉଦ୍ଧାର କରିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ଜୀବନରେ ଧନ ସଂଚୟ ନିହାତି ଆବଶ୍ୟକ। ଧନ ପାଇଁ ବ୍ୟକ୍ତି ବଡ ରୁ ବଡ ବିପଦ ମୁଣ୍ଡେଇବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥାଏ। କଠିନ ପରିଶ୍ରମ କରିଥାଏ, ନିଜ ଭିଟାମାଟି ଛାଡି ଦୂର ଦେଶରେ ରହିଥାଏ।

କିନ୍ତୁ ବେଳେ ବେଳେ ଭାଗ୍ୟ ସାଥ ଦେଇନଥାଏ। କଠିନ ପରିଶ୍ରମ ଓ ଶତ ଚେଷ୍ଟା ସତ୍ତ୍ୱେ ଜୀବନରେ ଧନ ଅଭାବ ଦେଖାଦେଇଥାଏ। ବେଳେବେଳେ ହଠାତ ଧନର ଅଭାବ ଦେଖାଦେଇଥାଏ। ଧନାଭାବ ଯୋଗୁଁ ବ୍ୟକ୍ତି ବେଳେବେଳେ କରାଜରେ ମଧ୍ୟ ବୁଡି ଯାଇଥାଏ। ଧନାଭାବ ସ୍ଥିତିରେ ବ୍ୟକ୍ତିର ଆତ୍ମବିଶ୍ୱାସ ଭାଙ୍ଗି ଯାଇଥାଏ।

ଧନ ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ଜୀବନରେ ସଫଳତା ପାଇବାକୁ ଆତ୍ମବିଶ୍ୱାସ ରହିବା ବହୁତ ଜରୁରୀ। ଯେକୌଣସି କାର୍ଯ୍ୟ କରିବାକୁ ହେଲେ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆବଶ୍ୟକ ହୋଇଥାଏ। ସେଥିପାଇଁ ଧନ ସଙ୍କଟ ଦୂର କରିବା ଆବଶ୍ୟକ। ଧନ ସଙ୍କଟ ଦୂର କରିବାକୁ କିଛି ଉପାୟ ନିଶ୍ଚୟ କରିବା ଉଚିତ।

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। ମା’ ଲକ୍ଷ୍ମୀଙ୍କ କୃପା ଥିଲେ ଜୀବନରେ କେବେ ଧନ ଅଭାବ ଦେଖା ଦିଏନି ଓ ଧନ ସଙ୍କଟ ଦୂର ହୋଇଥାଏ। ଲକ୍ଷ୍ମୀ ଅନୁଶାସନ ପସନ୍ଦ କରନ୍ତି। ସେଥିପାଇଁ ଜୀବନରେ ଅନୁଶାସିତ ରହିବାକୁ ପ୍ରୟାସ କରିବା ଉଚିତ। ଗୁରୁବାର ମା’ ଲକ୍ଷ୍ମୀଙ୍କୁ ସମର୍ପିତ। ଗୁରୁବାର ସକାଳୁ ଉଠି ସ୍ନାନ ଆଦି ସାରି ବିଧି ମୁତାବକ ମା’ଙ୍କୁ ପୂଜାର୍ଚ୍ଚନା କରିବା ଉଚିତ। ସକାଳ ସହ ସନ୍ଧ୍ୟା ସମୟରେ ମଧ୍ୟ ମା’ଙ୍କୁ ପୂଜା କରିବା ଉଚିତ। ମା’ ପ୍ରସନ୍ନ ହେଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ସୂର୍ଯ୍ୟ ଅସ୍ତ ହେବାପରେ ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ଵାରରେ ଘିଅ ଦୀପ ଜଳାଇବା ଉଚିତ। ଗରିବ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କଲେ ମା’ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି ଓ କୃପା କରିଥାନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ