ରାଜ୍ୟ

ଖରାଦିନେ କନ୍ଧ ଆଦିବାସୀ ହନ୍ତସନ୍ତ: ପାଣି ପାଇଁ ଯାଉଛନ୍ତି ୫କିମି

ଫୁଲବାଣୀ : ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବା ସହ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଛି। ଏହି ଜିଲ୍ଲାରେ ଥିବା କେତେକ କନ୍ଧ ଆଦିବାସୀ ବହୁଳ ଗଁାର ଲୋକମାନେ ପାଣି ମୁ‌ନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି। ପାଣିପାଇଁ ସେମାନଙ୍କୁ ପାଖାପାଖି ୫ କିଲୋମିଟର ଚାଲିବାକୁ ପଡ଼ୁଛି। ଏହି ଦୃଶ୍ୟ ବି ଅତ୍ୟନ୍ତ ଅଭାବନୀୟ।

ଏହି ଗାଁ ମଧ୍ୟରୁ ଗୋଟିଏ ହେଉଛି ଫିରିଙ୍ଗିଆ ବ୍ଲକ୍‌ ଅନ୍ତର୍ଗତ ଗୋଛାପଡ଼ା ପଞ୍ଚାୟତର କଡ଼ିପାରି। ଏହି ଗଁାରେ କନ୍ଧ ସମ୍ପ୍ରଦାୟର ୧୦୦ ପରିବାର ବସବାସ କରୁଛନ୍ତି। ଗଁାର ଲୋକଙ୍କ କହିବା କଥା, ଖରାଦିନେ ଭୂତଳ ଜଳ ହ୍ରାସ ପାଉଥିବାରୁ ନଦୀ ଓ ନାଳ ଭଳି ଜଳଉତ୍ସ ଶୁଖିଯାଇଛି। କୂଅ ବି ଶୁଖିଯାଇଛି। ଫଳରେ, ପାଣି ମୁନ୍ଦେ ପାଇଁ ସେମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। ୫ କିଲୋମିଟର ଦୂରରେ ବହିଯାଇଥିବା ସୁନାମୁଦି ନାଳକୁ ସେମାନଙ୍କୁ ପାଣି ଆଣିବାକୁ ଯିବାକୁ ପଡ଼ୁଥିବା କହିଛନ୍ତି ଗ୍ରାମର ଦେବକୀ କହଁର, ସୁବର୍ଣ୍ଣ ମଲିକ, ସୁହାସିନୀ ମଲିକ, ଦୁର୍ଯେୟା ଶେଖର ମଲିକ, ଲାଇବନ ମଲିକ, ସେବତୀ ମଲିକ, ନମିତା ମଲିକ। ଅପରପକ୍ଷେ, ବହୁଦିନ ଧରି ନଳକୂପ ଅଚଳ ହୋଇପଡ଼ିଥିଲେ ମଧ୍ୟ ଏହାର ମରାମତି ହୋଇ ପାରିନାହିଁ। ଏ ନେଇ ବାରମ୍ବାର ଫିରିଙ୍ଗିଆ ବିଡିଓଙ୍କ ନିକଟକୁ ଧାଉଁଥିଲେ ମଧ୍ୟ ନଳକୂପ ସଜାଡିବା ସମ୍ଭବପର ହୋଇପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସେହିପରି, ଫୁଲବାଣୀ ବ୍ଲକ କଟ୍ରିଙ୍ଗ୍ରିଆ ପଞ୍ଚାୟତର ବାଡ଼ିଗୁଡ଼ା ଗ୍ରାମ‌ରେ ମଧ୍ୟ ଜଳ ସଂକଟ ଉତ୍କଟ ହୋଇ ପଡ଼ିଛି। ଏହି ଗାଁଟି ଏକ ପାହାଡ଼ ଉପରେ ରହିଥିବା ବେଳେ ୪୦ ପରିବାର କନ୍ଧ ସମ୍ପ୍ରଦାୟର ଆଦିବାସୀ ବାସ କରନ୍ତି। ମାତ୍ର, ପାଣି ପାଇଁ ଗାଁଲୋକଙ୍କୁ ନାହିଁ ନଥିବା ଅବସ୍ଥା ଭୋଗିବାକୁ ପଡୁଛି। ଏହି ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ପାହାଡ଼ ଚଢ଼ି ଲୋକେ ଗାଁକୁ ଯାତାୟାତ କରିଥା’ନ୍ତି। ଗାଁରେ ଗୋଟିଏ କୂଅ ରହିଛି। ମାତ୍ର ତାହା ଶୁଖିଯାଇଛି। ଏହି ଗାଁର ଲୋକମାନେ ମଧ୍ୟ ୫ କିଲୋମିଟର ଦୂର ଚାଲିଚାଲି ପାଖ ନଈକୁ ପାଣି ଆଣିବାକୁ ଯାଉଛନ୍ତି। ପାହାଡ଼ିଆ ରାସ୍ତା ଦେଇ ୫ କିଲୋମିଟର ଚାଲିଚାଲି ପାଣି ଆଣିବା ବହୁତ କଷ୍ଟକର ହେଉଛି ବୋଲି ବାଡ଼ିଗୁଡ଼ା ଗ୍ରାମର ନାରାୟଣ କହଁର, ବିମ୍ବିଲା କହଁର, ସଦାଶିବ କହଁର, ମହାଦେବ କହଁର, ପ୍ରମୋଦ କହଁର, ରାଜ କହଁର, ମାୟାବତୀ କହଁର, ରୀତାଞ୍ଜଳି କହଁର, ଅପରାଜିତା କହଁର ଓ ମାଳତୀ କହଁର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।