ମନୋରଞ୍ଜନ

ଖତ୍ରୋଁ ଖା ଖିଲାଡ଼ି

ଟେଲିଭିଜନ୍‌ର ପପୁଲାର ସୋ’ ‘ଖତ୍ରୋଁ କା ଖିଲାଡ଼ି’ର ସିଜିନ୍-୧୧ ଆରମ୍ଭ ହେଇଯାଇଛି। ଯଦିଓ ଏହି ସୋ’ରେ ପ୍ରତିଯୋଗୀମାନଙ୍କୁ ଦର୍ଶକେ ପରଦାରେ ଦେଖି ମଜା ଉଠାନ୍ତି, କିନ୍ତୁ ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତି ଯୁବକ/ଯୁବତୀଙ୍କୁ କିଛି ଅସମ୍ଭବ ପଦକ୍ଷେପ ନେବାକୁ ପଡ଼ିଥାଏ। ଅନେକ ମଧ୍ୟ ଏହି ସୋ’ରେ ନିଜର ଦକ୍ଷତା ଦେଖାଇ ନ ପାରି ନିରାଶ ହେଇ ଫେରିଥିବାର ନଜିର ରହିଛି। ସିନେମା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଖୁବ୍ ଚତୁରତାର ସହ ଏହି ସୋ’ର ହୋଷ୍ଟିଙ୍ଗ୍‌ କରିଥାନ୍ତି।

ଏଥର ସୋ’ ଆରମ୍ଭରୁ ଚର୍ଚ୍ଚାକୁ ଆସିଛନ୍ତି ଅନୁଷ୍କା ସେନ ଓ ବିଗ୍ ବସ୍ ସିଜିନ-୧୪ରେ ରନର୍ସଅପ୍ ହେଇଥିବା ସିଙ୍ଗର ରାହୁଲ ବୈଦ୍ୟ। ଏ ଦୁହେଁ ପରସ୍ପର ମଧ୍ୟରେ ନଟି ନଟି ନଖରାମି କରି ଯେତେ ପ୍ରକାର ପୋଜ୍ କମ୍ପୋଜ୍ ଦେଇଛନ୍ତି, ତାହାର ଫଟୋ ଉତ୍ତୋଳନ କରିଛନ୍ତି ଏବଂ ସେସବୁକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। କେବଳ ଫଟୋ କାହିଁକି, ରାହୁଲ ଗାଇଥିବା ଜୁବିନ ନଉଟିଆଲ୍ ଓ ମନୋଜ ମୁଣ୍ଟାସିତିରଙ୍କ ‘ଲୁଟ୍ ଗୟେ’ ଗୀତଟି ପୁଣି ଥରେ ଗାଇ ଏହାର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଉଭୟ ଫଟୋ ଓ ଭିଡିଓ ରାହୁଲ ଓ ଅନୁଷ୍କାଙ୍କ ଶହ ଶହ ପ୍ରଶଂସକ ଶୁଭେଚ୍ଛା ଜଣାଉଛନ୍ତି। ଯଦିଓ ସୋ’ ପାଇଁ କେପ୍ ଟାଉନ୍‌ରେ ସୁଟିଂ ଆରମ୍ଭ ହେଇଯାଇଛି ଏବଂ ପ୍ରତିଯୋଗୀମାନେ ସେଟ୍‌ରେ ପହଞ୍ଚି ଯାଇଛନ୍ତି, ହେଲେ ଏହା ପରଦାକୁ ଜୁଲାଇ ମାସରେ ଆସିବ ବୋଲି ଜଣାପଡ଼ିଛି। ସେଟ୍‌ରେ ଭବେଶ ବାଲଚନ୍ଦାନୀ ନିଜର ଜନ୍ମଦିନ ପାଳନ କରି ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପ୍ରଥମରୁ ଉତ୍ସାହିତ କରିଛନ୍ତି

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ