ରାଜ୍ୟ

ଖଣି ଅଞ୍ଚଳରେ ରାସ୍ତାଜାମ୍‌: ଟ୍ରକ୍‌ ଭିଡ଼ରେ ଫସିଲେ ମନ୍ତ୍ରୀ

କାଳିଆପାଣି: ଯାଜପୁର ଜିଲ୍ଲା ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳର ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ରାସ୍ତାଜାମ୍‌ ପରିସ୍ଥିତି ଆଜି ସବୁ ସୀମା ଟପି ଯାଇଛି। ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଟ୍ରକ୍‌ ଭିଡ଼ରେ ଫସିଯାଇଥିବା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ସହିତ ତାଙ୍କ ନିରାପତ୍ତ‌ା ଦାୟିତ୍ବରେ ଥିବା ପୁଲିସ ସୁରକ୍ଷାବାହିନୀ, କାଳିଆପାଣି ଥାନା ପିସିଆର୍ ଭ୍ୟାନ୍ ୨ ମଧ୍ୟ ଦୁଇଦୁଇ ଥର ଜାମ୍‌ରେ ଫସି ନାକେଦମ୍‌ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି କାଳିଆପାଣି ଓ କଅଁସ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉତ୍ସବକୁ ଯାଉଥିବା ମନ୍ତ୍ରୀ ଶ୍ରୀ ଘଡ଼ାଇଙ୍କ ଗାଡ଼ି(ଓଡି-୦୨ସିଜି-୬୪୮୪) ପ୍ରଥମେ ୩ଟା ସମୟରେ ଇମ୍ଫା ମହାଗିରି ଏନ୍‌କ୍ଲେଭ ପାଖରେ ଫସିଥିଲା। ଏଠାରୁ ୨ଶହ ମିଟର ଦୂର କାଳିଆପାଣି ପଞ୍ଚାୟତ ଅଫିସ ପାଖ ସଭାସ୍ଥଳ ଯିବା ସହଜ ହୋଇନଥିଲା। ମନ୍ତ୍ରୀଙ୍କ ଏସ୍କର୍ଟ୍ ଗାଡ଼ି(ଓଡି-୦୫ବିଏଚ୍-୯୮୮୬) ଓ କାଳିଆପାଣି ପୁଲିସ ପିସିଆର୍ଭ୍ୟା ନ୍‌(ଓଆର୍-୦୨ବିଜି-୩୪୭୫)ର ଯବାନମାନେ ଗାଡ଼ିରୁ ଓହ୍ଲାଇ ଟ୍ରକ୍‌ ଭିଡ଼ ଏଡ଼ାଇ ମନ୍ତ୍ରୀଙ୍କୁ ସଭାସ୍ଥଳ ପର୍ଯ୍ୟନ୍ତ ନେବାକୁ ୧୫ ମିନିଟ୍‌ ଲାଗି ଯାଇଥିଲା। ଏଠାରେ ସଭ‌‌ାସାରି କଅଁସ ପଞ୍ଚାୟତ ଗସ୍ତ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଆଗରେ ପୁଣି ରାସ୍ତାଜାମ୍‌ ଅଣାୟତ୍ତ ଥିବା ଜାଣି ମନ୍ତ୍ରୀ କାଳିଆପାଣି ଫେରି ଆସିଥିଲେ।

ସେଠାରୁ ଉତ୍ତର ଦିଗରେ ୭ କିଲୋମିଟର ସାରୁଆବିଲ ଯିବାକୁ ଥିଲେ ମଧ୍ୟ କାଳିଆପାଣିରେ ରାସ୍ତାଜାମ୍‌ ଥିବାରୁ ମନ୍ତ୍ରୀ ଦକ୍ଷିଣ ଦିଗରେ ଗନ୍ତବ୍ୟ ସ୍ଥଳ ବାହାରିଥିଲେ। ହେଲେ, ୪ଟା ୪୦ ମିନିଟ୍‌ରେ ପୁଣିଥରେ ଟିଏସ୍‌ଏମ୍‌ଏଲ୍‌ ସୁକିନ୍ଦା ପାର୍କିଂୟାର୍ଡ ସମ୍ମୁଖ ରାସ୍ତାଜାମ୍‌ରେ ଫସିଥିଲେ। ଏଠାରୁ ଏଟିଏମ୍‌ ଛକ, ଟାକ୍ସିଷ୍ଟାଣ୍ଡ, ହାଟପଡ଼ିଆ, ରଙ୍ଗମାଟିଆ, ଚିଙ୍ଗୁଡ଼ିପାଳ, ପାଟଣା, ଗୁରୁଜଙ୍ଗ ଗାଁ ବାଟରେ ୧୫ କି‌ଲୋମିଟର ଦୂର ଯାତ୍ରାକରି ସାରୁଆବିଲ ପହଞ୍ଚିଥିଲେ।
ହସ୍ତଗତ ସୂଚନା ଅନୁସାରେ, ୯ ବର୍ଷ ମଧ୍ୟରେ କାଳିଆପାଣି ସଡ଼କରେ ସେ କେବେ ବି ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇନଥିବା ଦର୍ଶାଇ ମନ୍ତ୍ରୀ ଶ୍ରୀ ଘଡ଼ାଇ ଥାନା ଅଧିକାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।