ରାଜ୍ୟ ସ୍ପେଶାଲ ରିପୋର୍ଟ

ଖଡ଼ିଆଳ ସହରରେ ବୁଲିଲା ଭାଲୁ

ଖଡ଼ିଆଳ: କିଛିଦିନର ବ୍ୟବଧାନରେ ନୂଆପଡ଼ା ଜିଲ୍ଲାରେ ପୁଣି ବନ୍ୟପ୍ରାଣୀ ଆତଙ୍କ ଦେଖାଦେଇଛି। ଗତକାଲି ନୂଆପଡ଼ା ରେଞ୍ଜ ଆମାନରା ସେକ୍ସନ ଅଧୀନ କୁକୁଡ଼ାତାଳ ଗାଁରେ କଲରାପତରିଆ ଏକ ବାଛୁରିକୁ ମାରି ଖାଇଥିବାବେଳେ ରାତିରେ ଜିଲ୍ଲାର ଖଡ଼ିଆଳ ସହର ମଧ୍ୟରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଭାଲୁ ବୁଲୁଥିବା ଦୃଶ୍ୟ ରେକର୍ଡ ହୋଇଛି। ସୂଚନା ଅନୁସାରେ, ସହରର ୱାର୍ଡ ନଂ ୫ର ସାହୁପଡ଼ା, ୱାର୍ଡ ନଂ ୭ର ଲାଲସାହେବ ପଡ଼ା ଓ ୱାର୍ଡ ନଂ ୮ ରାଜାପଡ଼ାରେ ଭାଲୁ ବୁଲୁଥିଲା। ତେବେ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାର ଶବ୍ଦ ଓ ଆଲୋକ ଦେଖାଇ ଭାଲୁକୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ଖଡ଼ିଆଳ ନିଲଜି ବନ୍ଧପାଖରେ ଭାଲୁଟି ଥିବା ଜଣାପଡ଼ିଥିବା ବେଳେ ଫରେଷ୍ଟର କନ୍ଦର୍ପ ସୁନାନୀ, ନରେଶ ଦଣ୍ଡସେନାଙ୍କ ତତ୍ତ୍ୱାବଧାନରେ ବନ କର୍ମଚାରୀମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହିତ ନିଲଜି ବନ୍ଧ ଅଞ୍ଚଳକୁ ଯିବାକୁ ବାରଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।