ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କ୍ୟାନ୍ସର ରୋଗୀ ଏହିସବୁ ଜିନିଷ ସେବନ କରିବା ଅନୁଚିତ: ହୋଇଥାଏ ଅଧିକ ସମସ୍ୟା

ଭୁବନେଶ୍ୱର ୧୧/୦୨ : ଆଜିକାଲି ଜୀବନଶୈଳୀ ଯୋଗୁଁ ଲୋକଙ୍କ ମଧ୍ୟରେ ନାନା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ଆଜିକା ସମୟରେ କ୍ୟାନ୍ସର ଏକ ସାଧାରଣ ରୋଗ ହୋଇଗଲାଣି। ଅନେକ ଲୋକ କ୍ୟାନ୍ସରରେ ପ୍ରାଣ ହରାଉଛନ୍ତି। କ୍ୟାନ୍ସର ଭଳି ଭୟାବହ ରୋଗ ଯେମିତି ନ ହୁଏ ସେଥିପାଇଁ ପୂର୍ବରୁ ସଚେତନ ରହିବ ନିହାତି ଆବଶ୍ୟକ। କ୍ୟାନ୍ସର ଭଳି ରୋଗରୁ ଦୁରେଇ ରହିବାକୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିବ। ବିଶେଷ କରି ନିଜ ଖାଦ୍ୟପେୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ତେବେ କ୍ୟାନ୍ସର ରୋଗୀଙ୍କ ପାଇଁ ମଧ୍ୟ ଅନେକ ପ୍ରତିବନ୍ଧକ ରହିଛି। କ୍ୟାନ୍ସର ରୋଗୀ କେଉଁ କେଉଁ ଜିନିଷ ଖାଇବା ଉଚିତ ନୁହେଁ ତାହା ମଧ୍ୟ ଜାଣି ରଖିବା ଆବଶ୍ୟକ। ଏହା ନ ଜାଣିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଅଧିକ ହାନିକାରକ ପ୍ରମାଣିତ ହୋଇପାରେ। କିଛି ଲୋକ ନ ଜାଣି ଏମିତି ଜିନିଷ ଖାଇଥାନ୍ତି ଯାହା କେବଳ ଅସୁବିଧାରେ ପକାଇଥାଏ ଓ ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। ତେବେ କ୍ୟାନ୍ସର ରୋଗୀ କେଉଁ କେଉଁ ଜିନିଷ ଖାଇବା ଉଚିତ ନୁହେଁ ଆସନ୍ତୁ ଜାଣିବା।

– କ୍ୟାନ୍ସର ରୋଗୀ କୌଣସି କଞ୍ଚା ଖାଦ୍ୟ ଖାଇବା ଉଚିତ ନୁହେଁ, ଯେପରିକି ସାଲାଡ଼, ଗଜାମୁଗ, ଗଜାବୁଟ

– କ୍ୟାନ୍ସର ରୋଗୀ ଅଧିକ ମାତ୍ରାରେ ସନ୍ତୁଳିତ ଖାଦ୍ୟ ଏବଂ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ

– କ୍ୟାନ୍ସର ରୋଗୀ ଟ୍ରାନ୍ସ ଫ୍ୟାଟ୍ ଫୁଡ୍ ମଧ୍ୟ ଖାଇବା ଉଚିତ ନୁହେଁ, ଯେପରିକି ବର୍ଗର, ଚିପି, ପପକର୍ଣ୍ଣ

– କ୍ୟାନ୍ସର ରୋଗୀ ଅଧିକ ମସଲାଯୁକ୍ତ, ରାଗ, ଗ୍ରଏଭି ଫୁଡ ଏବଂ ଅଧିକ ଚର୍ବିଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ

– ତେଲ ଜାତୀୟ ବା ଅଧିକ ଛଣାଛଣି ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ, ଏହା ହାନିକାରକ ହୋଇଥାଏ

– ଅଧିକ ମିଠା, ବଟରଯୁକ୍ତ ଖାଦ୍ୟ, ଫ୍ରାଏଡ ଫୁଡରୁ ମଧ୍ୟ ଦୁରେଇ ରହିବ ଦରକାର

– କ୍ୟାନ୍ସର ରୋଗୀ କୋଲା ବା ମୃଦୁପାନୀୟ, ଚା’ କଫି, ଆଦି ମଧ୍ୟ ବହୁତ କମ ସେବନ କରିବା ଉଚିତ

– ଅଧିକ ମାତ୍ରାରେ ବା କମ ବ୍ୟବଧାନରେ ସିଫୁଡ ମଧ୍ୟ ଖାଇବା ଉଚିତ ନୁହେଁ, କ୍ୟାନ୍ସର ରୋଗୀଙ୍କ ପାଇଁ ଏହା ବିପଦଜନକ

– କ୍ୟାନ୍ସର ରୋଗୀ ଅଧିକ ସମୟ ଖାଲି ପେଟରେ କିମ୍ବା ଭୋକିଲା ରହିବା ଉଚିତ ନୁହେଁ

(ଏହି ଖବର ରିସର୍ଚ୍ଚ ଓ ମାନ୍ୟତା ଆଧାରରେ ଲିଖିତ, ଡାକ୍ତରଙ୍କୁ ପରାମର୍ଶ ଆବଶ୍ୟକ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ