ସ୍ୱାସ୍ଥ୍ୟ

କ୍ୟାନସରର ଆଶଙ୍କାକୁ ଦୂର କରିବାକୁ ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଏହି ୧୧ଟି ଜିନିଷ

WHOର ଏକ ରିପୋର୍ଟ ମୁତାବକ, ୨୦୧୮ମସିହାରେ କ୍ୟାନସର ରୋଗରେ ପାଖାପାଖି ୯୬ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ସଂଖ୍ୟା ଦେଖି ଆପଣ ଏହି ମାରାତ୍ମକ ରୋଗକୁ ଅନ୍ଦାଜା ଲଗାଇ ପାରିବେ। ଯଦି ମନୁଷ୍ୟ ଏକ ସୁସ୍ଥ ଡାୟେଟକୁ ଫଲୋ କରନ୍ତି କିମ୍ବା ନିଜ ଡାୟେଟରେ କିଛି ଜରୁରୀ ଜିନିଷକୁ ସାମିଲ କରନ୍ତି ତେବେ କ୍ୟାନସରରୁ ମୁକ୍ତି ମିଳିପାରିବ।


୧. କଲରା : ସେଣ୍ଟ ଲୁଇସ୍ ୟୁନିଭର୍ସିଟିର ଏକ ରିପୋର୍ଟ ମୁତାବକ,କଲରା ଶରୀରରେ କ୍ୟାନସର ସେଲ୍ସକୁ ବଢ଼ିବାରୁ ରୋକିଥାଏ। ମୂଷା ଉପରେ କରାଯାଇଥିବା ଏହି ଅଧ୍ୟୟନରୁ ଜଣା ପଡ଼ିଥିଲା ଯେ କଲରା କ୍ୟାନସର ଟ୍ୟୁମରକୁ ପାଖାପାଖି ୫୦% ବଢ଼ିବାରୁ ରୋକିଥାଏ। କଲରାକୁ ନିଜ ଡାୟେଟରେ ନିୟମିତ ସାମିଲ କରି ଆପଣ କ୍ୟାନସରରୁ ବର୍ତ୍ତି ପାରିବେ।


୨. ପଦ୍ମନାଡ଼ : ନ୍ୟୁଟ୍ରିସନରେ ଭରପୂର ପଦ୍ମନାଡ଼ ମଧ୍ୟ ଏହି ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ,ହି ଚମତ୍କାରୀ ଜିନିଷ ଶରୀରରେ ବ୍ଲଡ ସେଲ୍ସକୁ ବଢ଼ାଇ ଷ୍ଟେସ୍ ଏବଂ ଓଜନକୁ କମ୍ କରିଥାଏ। ମେଦବହୁଳତାକୁ ମଧ୍ୟ କ୍ୟାନସରର ବଡ଼ କାରଣ ବୋଲି କୁହାଯାଇଥାଏ।


୩.ଗ୍ରୀନ୍ ଟି : ଓଜନ କମ୍ କରିବାଠୁ ନେଇ ରକ୍ତଚାପ ନର୍ମାଲ୍ କରିବା ଯାଏଁ ଗ୍ରୀନ୍ ଟି ବିଭିନ୍ନ ପ୍ରକାରର ଭାବେ ଲାଭଦାୟକ ହୋଇଥାଏ। ଗ୍ରୀନ୍ ଟିରେ ପ୍ରଚୁର ମାତ୍ରାରେ ପଲିଫେନୋଲ୍ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଏହା ଆଣ୍ଟି ଅକ୍ସିଡାଣ୍ଟ ଫ୍ରି ରାଡିକଲ୍ସ ଦ୍ବାରା ହେଉଥିବା ଡିଏନଏ ଡ୍ୟାମେଜରୁ କୋଶିକାକୁ ସୁରକ୍ଷିତ ରଖିଥାଏ। କିନ୍ତୁ ପ୍ରତିଦିନ ଗ୍ରୀନ୍ ଟି ସେବନ କରିବା ଦ୍ବାରା ବ୍ରେଷ୍ଟ କ୍ୟାନସରର ଆଶଙ୍କାକୁ କମ୍ କରାଯାଇପାରିବ।


୪. ଡାଳିମ୍ବ : ବ୍ରେଷ୍ଟ କ୍ୟାନସରରୁ ରୋକିବାରେ ଡାଳିମ୍ବ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡାଳିମ୍ବରେ ମଧ୍ୟ ପଲିଫେନୋଲ୍ ଥାଏ ଯାହା କ୍ୟାନସରକୁ ବଢ଼ିବାରେ ରୋକିଥାଏ। ଡାଳିମ୍ବ ରସରେ ବ୍ରେଷ୍ଟ କ୍ୟାନସରକୁ ରୋକିବାର ଗୁଣ ରହିଥାଏ।


୫. ଡ୍ରାଗନ୍ ଫୃଟ୍ : ଡ୍ରାଗନ୍ ଫୃଟରେ ଭିଟାମିନ୍ ସି ବ୍ୟତୀତ କ୍ୟାରୋଟିନ୍ ରହିଥାଏ। ଏଥିରେ ଅନେକ ପ୍ରକାରର ଆଣ୍ଟି-କାର୍ସିନୋଜେନିକ୍ ତତ୍ତ୍ବ ରହିଥାଏ ଯାହା ଟ୍ୟୁମରର ଆଶଙ୍କାକୁ କମ୍ କରିଥାଏ। ଡ୍ରାଗନ୍ ଫୃଟରେ ଲାଲ ରଙ୍ଗର ଭାଗ ଖାଇବା ଦ୍ବାରା ପ୍ରୋଷ୍ଟେଟ୍ କ୍ୟାନସରର ଆଶଙ୍କା କମ୍ ହୋଇଥାଏ।


୬. ହଳଦୀ : ପ୍ରତ୍ୟେକ ଭାରତୀୟଙ୍କ ଘରେ ମିଳୁଥିବା ହଳଦୀ ଅନେକ ଗୁଣ ପାଇଁ ଜଣା ଯାଇଥାଏ। ହଳଦୀରେ କ୍ୟାନସର ଫାଇଟିଂ କମ୍ପାଉଣ୍ଡ କରକ୍ୟୁମିନ୍ ଥାଏ। ଏହି କମ୍ପାଉଣ୍ଡ ବ୍ରେଷ୍ଟ୍ କ୍ୟାନସର ସହ ଫୁସଫୁସ ଏବଂ ଚର୍ମ କ୍ୟାନସର ପାଇଁ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। କ୍ୟାନସରର ଆଶଙ୍କାକୁ କମ୍ କରିବା ପାଇଁ ପ୍ରତିଦିନ ଅତି କମରେ ଏକ ମୁଠା ହଳଦୀ ନିଶ୍ଚୟ ସେବନ କରନ୍ତୁ।

୭. ରସୁଣ : ରସୁଣରେ କ୍ୟାନସରକୁ ନଷ୍ଟ କରୁଥିବା ଏଲିୟମ କମ୍ପାଉଣ୍ଡ ରହିଥାଏ। ଏହା ବ୍ରେଷ୍ଟ୍ ଏବଂ ପ୍ରୋଷ୍ଟେଟ୍ କ୍ୟାନସର ସହ ଅନ୍ୟ ପ୍ରକାର କ୍ୟାନସରକୁ ନିପାତ କରିବାରେ ମଧ୍ୟ ସହାୟକ ହୋଇଥାଏ। ରସୁଣ ବ୍ୟତୀତ ପିଆଜ ମଧ୍ୟ କ୍ୟାନସର ପାଇଁ ଲାଭଦାୟକ ହୋଇଥାଏ।

୮. ସାଲମନ : ସାଲମନ ଏକ ପ୍ରକାରର ମାଛ ଯେଉଁଥିରେ ଭରପୂର ମାତ୍ରାରେ ଓମେଗା-୩,ଭିଟାମିନ୍ ବି୧୨ ଏବଂ ଭିଟାମିନ୍ ଡି ଥାଏ। ସାଲମନ ସେବନ କରିବା ଦ୍ବାରା ଶରୀରରେ ସବୁ ପ୍ରକାରର ଜରୁରୀ ନ୍ୟୁଟ୍ରିଏଣ୍ଟସର ଅଭାବ ଦୂର ହୋଇଥାଏ ଯାହା କୋଶିକାର ଗ୍ରୋଥ ଏବଂ କ୍ୟାନସରକୁ ରୋକିବା ପାଇଁ ଜରୁରୀ ହୋଇଥାଏ। ଏହି ମାଛକୁ ଷ୍ଟିମ୍ କରି ସେକି କିମ୍ବା ଗ୍ରିଲ୍ କରି ମଧ୍ୟ ଖାଇ ପାରିବେ।


୯. ଅଳସୀ : ଅଳସୀରେ ଓମେଗା-୩,ଲିଗନନ୍ସ ଏବଂ ଫାଇବର ରହିଥାଏ। ଏ ସମସ୍ତ ବ୍ରେଷ୍ଟ୍ କ୍ୟାନସରର କୋଶିକାକୁ ଉତ୍ପନ୍ନ ହେବାରୁ ରୋକିଥାଏ। ଆପଣ ଚାହିଁଲେ ଅଳସୀକୁ ସାବୁ,ପେଶି କିମ୍ବା ଏହାର ତେଲ ମଧ୍ୟ ସେବନ କରିପାରିବେ।


୧୦.ବ୍ରୋକୋଲି : ବ୍ରୋକୋଲିରେ ପ୍ରଚୁର ମାତ୍ରାରେ ସଲ୍ଫୋରାଫେନ ଏବଂ ଇଣ୍ଡୋଲ୍ସ ରହିଥାଏ। ଏହା ବିଭିନ୍ନ ପ୍ରକାର ଶରୀରରେ ଥିବା କୋଶିକାର ଗ୍ରୋଥକୁ ରେଗୁଲେଟ କରିଥାଏ। ଏହା ସହିତ ଏହା ବ୍ରେଷ୍ଟ,ବ୍ଲେଣ୍ଡର,ଲିମ୍ଫୋମା,ପ୍ରୋଷ୍ଟେଟ୍ ଏବଂ ଫୁସଫୁସ କ୍ୟାନସରରୁ ସୁରକ୍ଷିତ ରଖିବାରେ ସହାୟକ ସାବ୍ୟସ୍ତ ହୋଇଥାଏ।


୧୧. କୋଳି : ସମସ୍ତ ପ୍ରକାର କୋଳିରେ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଫାଇଟୋକେମିକାଲ୍ସ ରହିଥାଏ। ଏହା ଶରୀରରେ କ୍ୟାନସରର କୋଶିକାକୁ ଉତ୍ପନ୍ନ କରିବାରୁ ରୋକିଥାଏ। ଦିନ ସାରା ବ୍ଲୁବେରି,ରାସବେରି ଏବଂ ଷ୍ଟ୍ରବେରି ସେବନ କରିବା ଦ୍ବାରା କ୍ୟାନସରରୁ ସୁରକ୍ଷିତ ରହିହେବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।