ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ୟାଡେଟ୍‌ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ: ‘ମହିଳା ଓ ଶିଶୁ ବିରୋଧୀ ହିଂସାକୁ ରୋକ’

ଅନୁଗୁଳ : ନିରପେକ୍ଷ ହୋଇ କାମ କର। ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଦେବାସହିତ ଅପରାଧୀଙ୍କ ପ୍ରତି କଠୋର ହୁଅ। କୌଣସି ପରିସ୍ଥିତିରେ ବି ସେବା ମନୋଭାବରୁ ନିଜକୁ ଦୂରେଇ ଦିଅନି ବୋଲି ନୂତନ କ୍ୟାଡେଟ୍‌ ସବଇନ୍ସପେକ୍ଟରମାନଙ୍କୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି ସୁନୀଲ କୁମାର ବଂଶଲ। ଅନୁଗୁଳ ପୁଲିସ ଟ୍ରେନିଂ କଲେଜର ୬୦ ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଓଡ଼ିଶା ପୁଲିସର ଥିବା ଆହ୍ବାନ ସଂପର୍କରେ କହିବା ସହିତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦେଶ ପାଇଁ କାମ କରିବାକୁ ଆହ୍ବାନ ଦେଇଛନ୍ତି।

ଅନୁଗୁଳ ପିଟିସି ପଡ଼ିଆଠାରେ ଶୁକ୍ରବାର ଦିନ କ୍ୟାଡେଟ୍‌ ସବ୍‌ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ତାଲିମ୍‌ ଶେଷ କରିଥିବା ୧୨୬ ଜଣ କ୍ୟାଡେଟ୍‌ ସବ୍‌ଇନ୍ସପେକ୍ଟର ଏଥିରେ ଭାଗ ନେଇଥିଲେ। ଏହି ବ୍ୟାଚ୍‌ରେ ୭୮ଜଣ ପୁରୁଷ ଓ ୪୮ ଜଣ ମହିଳା ଥିଲାବେଳେ ସେମାନେ ୨୦ ମାସର ତାଲିମ୍‌ ସଫଳତାର ସହ ଶେଷ କରିଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ପୁଲିସ ଡିଜି ଶ୍ରୀ ବଂଶଲ ଯୋଗ ଦେଇ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା କ୍ୟାଡେଟ୍‌ ସବ୍‌ଇନ୍ସପେକ୍ଟରମାନଙ୍କୁ ସେ ସମ୍ମାନିତ କରିଥିଲେ।

ପରେ ସେ ନିଜ ଅଭିଭାଷଣରେ କହିଥିଲେ ‌ଯେ ପୁଲିସ ପାଇଁ ଏବେ ଆହ୍ବାନ ବଢ଼ିଯାଇଛି। ସାଇବର ଠକେଇ, ଅର୍ଥନୈତିକ ଅପରାଧ ଓ ଆଇଟି ସଂପର୍କିତ ଅପରାଧ ବଢ଼ି ଚାଲିଛି। ଏସବୁର ମୁକାବିଲା କରିବା ପାଇଁ ପୁଲିସ ଅଧିକାରୀଙ୍କୁ ଅଧିକ ଯତ୍ନବାନ ହୋଇ କାମ କରିବାକୁ ପଡ଼ିବ। ମହିଳା ଓ ଶିଶୁ ବିରୋଧୀ ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇବାକୁ ହେବ। ସମାଜର ସବୁ ବର୍ଗକୁ ନ୍ୟାୟ ଦେବା ସହ ଉତ୍ତମ ସେବା ପ୍ରଦାନ କରିବାକୁ ପୁଲିସ ଡିଜି କହିଥିଲେ।

ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ କ୍ୟାଡେଟ୍‌ ସବଇନ୍ସପେକ୍ଟରମାନଙ୍କୁ ସାଧୁତା ଓ ବିଶ୍ବାସର ସହ କାମ କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଜି(ଆଇନ୍‌ ଶୃଙ୍ଖଳା) ଆର.କେ. ଶର୍ମା, ବିପିଏସପିଏର ଆଇଜି ଏସ. ସାଇନି, ଅନୁଗୁଳ ଏସ୍‌ପି ଜଗମୋହନ ମୀନା, ଢେଙ୍କାନାଳ ଏସ୍‌ପି ଦିବ୍ୟା ଭି. ଓ ଦେବଗଡ଼ ଏସ୍‌ପି ପ୍ରମୋଦ ରଥ ଉପସ୍ଥିତ ଥିଲେ। ସେହିପରି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରସିସିଏଫ୍‌ ଯୋଗଜୟାନନ୍ଦଙ୍କ ସମେତ ପିଟିସିର ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।