ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ୟାଡର ପୁନର୍ବିନ୍ୟାସ ଦାବି ଜୋର ଧରିଲା: ଆନ୍ଦୋଳନ କରିବ କୃଷି ସେବା ସଂଘ

ଭୁବନେଶ୍ବର: ୨ ବର୍ଷ ଧରି କୃଷି ସେବା କ୍ୟାଡର ପୁନର୍ବିନ୍ୟାସ ପାଇଁ ବାରମ୍ବାର ଦାବି ପରେ ପ୍ରକ୍ରିୟା ଆରମ୍ଭ ହେଲା। ରାଷ୍ଟ୍ରୀୟ କୃଷି ବିସ୍ତାର ପ୍ରବନ୍ଧ ସଂସ୍ଥାନ ପକ୍ଷରୁ ଗଠିତ କମିଟି ଜୁଲାଇ ୧୪ ତାରିଖରେ କ୍ୟାଡର ପୁନର୍ବିନ୍ୟାସ ପାଇଁ ସୁପାରିସ କଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ଏସଂକ୍ରାନ୍ତରେ କୌଣସି ପଦକ୍ଷେପ ନେଇନାହାନ୍ତି। ବରଂ ସୁପାରିସ ପତ୍ରକୁ ଶୀତଳ ଭଣ୍ଡାରକୁ ପକାଇ ଦେଇଥିବା ନେଇ କୃଷି ସେବା ସଂଘ ଅଭିଯୋଗ କରିଛି। ଏହାକୁ ନେଇ ସଂଘ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ଆସନ୍ତା ୮ ତାରିଖରେ ଦାବିପତ୍ର ଦେବେ ଓ ପରବର୍ତ୍ତୀ ସମୟରେ ଆନ୍ଦୋଳନ କରିବେ ବୋଲି ସଂଘ ଚେତାବନୀ ଦେଇଛି।

ସଂଘ କହିଛି, ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନର ୨୦୧୬ ମସିହାର ବିଜ୍ଞପ୍ତି ଅନୁସାରେ, କୃଷି ଭିତ୍ତିକ ଶିକ୍ଷାକୁ ବୃତ୍ତିଗତ ଶିକ୍ଷାର ମାନ୍ୟତା ଦିଆଯାଇଛି। ତେଣୁ ରାଜ୍ୟ ସରକାରଙ୍କ ବୃତ୍ତିଗତ ଶିକ୍ଷାପ୍ରାପ୍ତ କ୍ୟାଡରମାନଙ୍କ ସହ ସମକକ୍ଷ କରି କୃଷି ବିଭାଗର ଅଧିକାରୀଙ୍କୁ ଗ୍ରୁପ ଏ’ରେ ନିଯୁକ୍ତି ପାଇଁ ଅନେକ ଦିନରୁ ଦାବି ରହିଛି। କିନ୍ତୁ ସରକାର କ୍ୟାଡରର ପୁନର୍ବିନ୍ୟାସ ନକରି ସୀମିତ ଅଧିକାରୀଙ୍କ ଉପରେ ଅତ୍ୟଧିକ ଚାପ ଦେଇ କୃଷି ବିଭାଗର ସମସ୍ତ ଯୋଜନା କାର୍ଯ୍ୟକାରୀ କରିଛି। ଏଥିଯୋଗୁଁ ଦୁଇଟି ପଦୋନ୍ନତିର ବେତନ ହାର ସମାନ ରହିଛି। ଅନେକ ଦିନ ଧରି ପଦ ଖାଲି ରହିବା ସହିତ ପଦୋନ୍ନତି ହେଉନଥିବାରୁ ଯୋଜନା କାର୍ଯ୍ୟକାରୀ ବାଧାପ୍ରାପ୍ତ ହୋଇଛି। କୃଷି ଭିତ୍ତିକ ଯୋଜନାରେ କାଳିଆ, ବଳରାମ, ଫସଲ ବୀମା, କୃଷକ ଓଡ଼ିଶା, ଯାନ୍ତ୍ରିକ କୃଷି, ଡିଜିଟାଲ କୃଷି, ପ୍ରତିକୂଳ ଜଳବାୟୁ ସହ୍ୟ କୃଷି, ଅର୍ଥକାରୀ ଫସଲ ମିସନ, କ୍ଷୁଦ୍ରଶସ୍ୟ ମିସନ ଆଦି ରହିଛି। ଦୁଇ ଦଶନ୍ଧି ମଧ୍ୟରେ କୃଷି ବଜେଟ ବଢ଼ିଛି କିନ୍ତୁ ସେହି ଅନୁଯାୟୀ ନୂତନ ପଦ ସୃଷ୍ଟି କରାଯାଇ ନାହିଁ।

ଏହି ପରିପ୍ରେକ୍ଷୀରେ କୃଷି ସେବା ସଂଘର ୨ ବର୍ଷର ଦାବିକୁ ଗ୍ରହଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାଡର ପୁନର୍ବିନ୍ୟାସ ପ୍ରକ୍ରିୟା ଆରମ୍ଭ କରାଗଲା। ମାର୍ଚ୍ଚ ୧୬ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହେଲା। ଲୋକସେବା ଭବନରେ ଆୟୋଜିତ ବୈଠକରେ ପୁନର୍ବିନ୍ୟାସ ଦସ୍ତାବିଜକୁ ଉଚ୍ଚସ୍ତରୀୟ କମିଟି ଦ୍ବାରା ପର୍ଯ୍ୟବେକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରୀୟ କୃଷିବିସ୍ତାର ପ୍ରବନ୍ଧ ସଂସ୍ଥାନ ଯାହାକୁ ଯୋଗ୍ୟ ବୋଲି ଗ୍ରହଣ କରିଥିଲେ। ଏହା ସତ୍ତ୍ବେ ରାଜ୍ୟ ସରକାର କାହିଁକି ଏସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ତାକୁ ନେଇ ପ୍ରଶ୍ନ କରିଛି ସଂଘ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।