ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ଷେତ୍ର ପରିଦର୍ଶନରୁ ଧରାପଡ଼ିଲା ଜାଲିଆତି: ମିଛ ଚାଷୀ, ମିଛ ଜମି

କେନ୍ଦୁଝର : ମିଛ ଜମିରେ ମିଛିମିଛିକା ଚାଷ। କେଉଁଠି ଖେଳପଡ଼ିଆ ତ ଆଉ କେଉଁଠି ପୋଖରୀକୁ ଧାନକ୍ଷେତ ବୋଲି ଦର୍ଶାଇଥିଲେ।‌ ଏପରି ଗୋଟିଏ କି ଦୁଇଟି ନୁହେଁ ୫୪ ହଜାର ୭୩୬ଟି ପ୍ଲଟ୍‌ରେ ଧାନଚାଷ ହୋଇଛି ବୋଲି ଦର୍ଶାଇ ବହୁ ନକଲି ଚାଷୀ ଓ ଦଲାଲ ଧାନ ବିକ୍ରି କରିବାକୁ ମସୁଧା କରିଥିଲେ। ହେଲେ, ସାଟେଲାଇଟ୍‌ ସର୍ଭେ ବେଳେ ଏସବୁ ପ୍ଲଟ୍‌ ଗୁଡ଼ିକୁ ନେଇ ସନ୍ଦେହ ହେବାରୁ ‌ରାଜସ୍ବ ଏବଂ ସମବାୟ ବିଭାଗ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। କ୍ଷେତ୍ର ପରିଦର୍ଶନ ବେଳେ ମିଛ ଧରାପଡ଼ିବା ସହ ଏମ୍‌ଏସ୍‌ପି ହଡ଼ପ ଷଡ଼୍‌ଯନ୍ତ୍ର ଫସର ଫାଟିଯାଇଛି।

କେନ୍ଦୁଝର ଜିଲ୍ଲାରେ ମୋଟ ୧ ଲକ୍ଷ ୬୦ ହଜାର ୩୯୦ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଏସବୁ ଜମିରୁ ଅମଳ ହେବାକୁ ଥିବା ଧାନ ବିକ୍ରି କରିବା ପାଇଁ ଏବର୍ଷ ମୋଟ ୬୪ ହଜାର ୬୦ଜଣ ଚାଷୀ ନିଜ ନାମ ପଞ୍ଜୀକରଣ କରିଛନ୍ତି।

ଚାଷୀମାନେ ପଞ୍ଜୀକରଣ ସମୟରେ ଚାଷ ସମ୍ପର୍କିତ ତଥ୍ୟ ଏବଂ ନିଜ ଜମିର ବିବରଣୀ ପ୍ରଦାନ କରିଥିଲେ। ଧାନଚାଷ ହୋଇଥିବା ଜମିଗୁଡ଼ିକୁ ନେଇ ସନ୍ଦେହ ହେବାରୁ ଏହାର ସତ୍ୟତା ଜାଣିବା ପାଇଁ ରାଜ୍ୟ ସରକାର ସାଟେଲାଇଟ୍‌ ସର୍ଭେ କରିଥିଲେ। ସାଟେଲାଇଟ୍‌ ସର୍ଭେରୁ ଯେଉଁ ଛବି ଆସିଥିଲା ତାହା ସନ୍ଦେହଜନକ ଥିଲା। ଅର୍ଥାତ ୬୨ ହଜାର ୨୭୧ଟି ପ୍ଲଟ୍‌ରେ ଧାନଚାଷ ହୋଇନଥିବା ଜଣାପଡ଼ିଥିଲା। ଏତେ ପରିମାଣର ଜମିରେ ଚାଷ ହୋଇନଥିବା ଜଣାପଡ଼ିବା ପରେ ସରକାର ଚିନ୍ତାରେ ପଡ଼ିଯାଇଥିଲେ। କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ।

କେନ୍ଦୁଝର ଜିଲ୍ଲାର ୧୩ଟି ତହସିଲର ୧୭୧୭ଟି ଗାଁରେ ଥିବା ୬୨ ହଜାର ୨୭୧ଟି ସନ୍ଦେହଜନକ ପ୍ଲଟ୍‌ର ସର୍ଭେ ଆରମ୍ଭ ହୋଇଥିଲା। ୪୧୫ଜଣ କ୍ଷେତ୍ର ପରିଦର୍ଶନରେ ନିୟୋଜିତ ହୋଇଥିଲେ। ରାଜସ୍ବ, ଲ୍ୟାମ୍ପସ୍‌ ଓ ସମବାୟ କର୍ମଚାରୀମାନେ କ୍ଷେତକୁ ଯାଇ ସନ୍ଦେହଜନକପ୍ଲଟ୍ ଗୁଡ଼ିକୁ ଯାଞ୍ଚ କରିବା ସହ ଅକ୍ଷା˚ଶ, ଦ୍ରାଘିମା ଅନୁସାରେ ଜମି ଉପରେ ଠିଆ ହୋଇ ନିଜର ସେଲ୍‌ଫି ଉଠାଇ ଏକ ନିର୍ଦ୍ଦିଷ୍ଟ ଆପ୍‌ରେ ଅପ୍‌ଲୋଡ୍‌ କରିଥିଲେ। ଇତିମଧ୍ୟରେ କ୍ଷେତ୍ର ପରିଦର୍ଶନ ସରିଯାଇଛି। ସନ୍ଦେହଘେରରେ ଥିବା ୬୨ ହଜାର ୨୭୧ଟି ପ୍ଲଟ୍‌ ମଧ୍ୟରୁ ୭୫୩୫ଟି ପ୍ଲଟ୍‌ରେ ଧାନଚାଷ ହୋଇଥିବା ଜଣାପଡ଼ିଛି। ଅବଶିଷ୍ଟ ୫୪ ହଜାର ୭୩୬ଟି ପ୍ଲଟ୍‌ରେ ଚାଷ ହୋଇନାହିଁ। ପୋଖରୀ, ଖେଳପଡ଼ିଆ ଏବଂ ଟାଙ୍ଗରା ଭୂଇଁକୁ ଧାନବିଲ ବୋଲି ଦର୍ଶାଯାଇଥିବାରୁ ଏସବୁ ପ୍ଲଟ୍‌କୁ ପଞ୍ଜୀକରଣ ତାଲିକାରୁ ବାଦ୍‌ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।