ରାଜ୍ୟ ସ୍ପେଶାଲ ରିପୋର୍ଟ

କ୍ଷୁଦ୍ର ଜଳସେଚନରେ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି କେବେ?

ଭୁବନେଶ୍ବର : କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ଡିପ୍ଲୋମା ଇଞ୍ଜିନିୟମରଙ୍କ ଗତ ୧୩ବର୍ଷ ଧରି କୌଣସି ପ ଦୋନ୍ନତି ହୋଇନାହିଁ। ଡିପ୍ଲୋମା ଇଞ୍ଜିନିୟରଙ୍କ ପାଇଁ ଉଦ୍ଦିଷ୍ଟ ପଦୋନ୍ନତି କୋଟାରେ ସମୁଦାୟ ୬୭ଟି ସହକାରୀ ନିର୍ବାହୀ ଯନ୍ତ୍ରୀରୁ ୫୩ଟି ପଦବି(୮୬%) ଖାଲି ପଡ଼ିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ।

ସୁପ୍ରିମକୋର୍ଟ ୨୦୦୯ ମସିହାରେ ୧୫ଟି ପଦୋନ୍ନତି ପଦବିର ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇଥିଲେ। ମାତ୍ର ଏହାକୁ ଆଳ କରି ଅନ୍ୟମାନଙ୍କ ପଦୋନ୍ନତି ୧୩ବର୍ଷ ଧରି ବନ୍ଦ କରି ଦିଆଯାଇଛି। ଏଥିପାଇଁ ଜଳସଂପଦ ଅଧିକାରୀଙ୍କୁ ଯନ୍ତ୍ରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ବି କୌଣସି ପଦକ୍ଷେପ ନିଆଗଲା ନାହିଁ। ଚଳିତବର୍ଷ ଫେବ୍ରୁଆରିରେ ହୋଇଥିବା ପଦୋନ୍ନତି ଅଦାଲତରେ ଯନ୍ତ୍ରୀମାନେ କରିଥିବା ଦାବି ଉପରେ ମଧ୍ୟ କୌଣସି ବିଚାର କରାଗଲାନାହିଁ। ମାର୍ଚରୁ ପଦୋନ୍ନତି ପାଇଁ ସମସ୍ତ କାଗଜପତ୍ର ଅଧିକାରୀଙ୍କ ପାଖରେ ପହଞ୍ଚି ସାରିଛି। ମାତ୍ର କିଛି କନିଷ୍ଠ ସହକାରୀ ଯନ୍ତ୍ରୀ ଗ୍ରେଡେସନ୍ ତାଲିକା ବରିଷ୍ଠତା ଉପରେ ହାଇକୋର୍ଟରେ ମାମଲା ଦାୟର କରିବାରୁ ଏହାକୁ ଆଳ କରି ଏପ୍ରିଲରେ ହେବାକୁ ଥିବା ପଦୋନ୍ନତିକୁ ସ୍ଥଗିତ ରଖାଯାଇଛି। କୋର୍ଟ ମାମଲା ଥିବା ସତ୍ତ୍ବେ ସବୁ ଚାକିରିରେ ସର୍ତମୂଳକ ପଦୋନ୍ନତି ଦିଆଯାଉଛି।

ସେହିପରି ଆସନ୍ତା ୨-୩ବର୍ଷ ଭିତର ଅବସର ନେଉଥିବା ସଦସ୍ୟମାନେ ଏହି ମାମଲା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କୋର୍ଟ ସେମାନଙ୍କ ପଦୋନ୍ନତି ବିନା ପ୍ରତିବନ୍ଧକରେ ପ୍ରଦାନ କରିବା ଲାଗି ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟଙ୍କ ପକ୍ଷରୁ ୬ ସପ୍ତାହ ମଧ୍ୟରେ ମାମଲାର କାଉଣ୍ଟର ଫାଇଲ କରିବାକୁ ସରକାରଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ଏହାକୁ ଆଳ କରି ପଦୋନ୍ନତି ପାଇଁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବି ପଦୋନ୍ନତି କୋଟା ପୂରଣ ହୋଇପାରୁ ନ ଥିବାରୁ କ୍ଷୁଦ୍ର ଜଳସେଚନ ବିଭାଗରେ ୮୫ଜଣ କନିଷ୍ଠ ଯନ୍ତ୍ରୀଙ୍କ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ପଦୋନ୍ନତି ପାଇପାରୁ ନ ଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।