ମୁମ୍ବାଇ ୧୨।୦୬ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ତଥା ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ନୟନତାରା ଅନ୍ୟତମ। ନିକଟରେ ସେ ନିର୍ଦ୍ଦେଶକ ବିଗ୍ନେଶଙ୍କୁ ବିବାହ କରିଥିଲେ । ୯ ଜୁନ୍ରେ, ଦୁହେଁ ତାମିଲ୍ ରୀତିନୀତି ହାତକୁ ଦି ହାତ ହୋଇଥିଲେ । ବିବାହର ପରଦିନ ନବ ଦମ୍ପତି ଆଶୀର୍ବାଦ ପାଇବା ପାଇଁ ତିରୁପତି ବାଲାଜୀ ମନ୍ଦିରରେ ପହଞ୍ଚିଥିଲେ । ଏହି ସମୟରେ ସେମାନଙ୍କ ବିରୋଧରେ ଏକ ଆଇନଗତ ନୋଟିସ୍ ଜାରି କରାଯାଇଥିଲା। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବର୍ତ୍ତମାନ ଉଭୟଙ୍କ ନିଜ ତରଫରୁ କ୍ଷମା ପ୍ରାର୍ଥନା କରିଛନ୍ତି। ବିଗ୍ନେଶ ଶିବନ କହିଛନ୍ତି ଯେ ସେ ବିବାହ ପରେ ଘରକୁ ଯିବା ପୂର୍ବରୁ ଆଶୀର୍ବାଦ ପାଇବା ପାଇଁ ମନ୍ଦିରକୁ ଯାଇଥିଲେ । ସେଠାରେ ବହୁତ ଲୋକ ଆସି ସେମାନଙ୍କୁ ଘେରି ଯାଇଥିଲେ। ଏହି ସମୟରେ, ଯେତେବେଳେ ସେଠାରୁ ବାହାରକୁ ଯିବାକୁ ସ୍ଥିର କଲେ ସେତେବେଳେ ଆମେ ଜାଣି ନଥିଲୁ ଯେ ଚପଲ ପିନ୍ଧି ସେହି ସ୍ଥାନକୁ ପ୍ରବେଶ କରୁଛୁ । ଯେଉଁଠାରେ ଭିତରକୁ ଯିବା ପାଇଁ ଅନୁମତି ନିଷେଧ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଉଭୟ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।
ନୟନ୍ତରା ଏବଂ ବିଗ୍ନେଶ ଶିବନ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଛନ୍ତି । ଦୁହେଁ ପ୍ରଥମେ ଫିଲ୍ମର ସେଟ୍ରେ ସାକ୍ଷାତ ହୋଇଥିଲେ । ଏହା ପରେ, ଏକ ଆୱାର୍ଡ ଶୋ’ରେ ଉଭୟ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ।

