ଅପରାଧ ରାଜ୍ୟ

କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ରାସ୍ତାରେ ଚାଲିଛି ଅବରୋଧ

ଆନନ୍ଦପୁର ୦୨।୧୦ : କ୍ଷତିପୂରଣ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । କେନ୍ଦୁଝର ଜିଲ୍ଲା ହାଟଡିହି ଓ ଆନନ୍ଦପୁର ଶୈଲଙ୍ଗ ଛକ ନିକଟରେ ରାସ୍ତା ବନ୍ଦ କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀ ।

ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଟ ହାଟଡିହି ଠାରେ ଥିବା Ecart ନାମକ ଏକ ଘରୋଇ କୋରିୟର ସଂସ୍ଥାରେ କାମ କରୁଥିଲେ ଆଶିଷ ବେହେରା । କିନ୍ତୁ ଶନିବାର ଦିନ ତାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ପାର୍ସଲ ଦେଇ ଫେରୁଥିବା ସମୟରେ ଫକିରପୁର ଠାରେ ତାଙ୍କୁ ଏକ ବାଇକ୍‌ ଧକ୍କା ଦେଇଥିଲା । ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଶନିବାରଠୁ ତାଙ୍କର ମୃତ୍ୟୁ ହୋଇଥିବା ବି କମ୍ପାନୀ ପକ୍ଷରୁ କୌଣସି ସୁବିଧା ଯୋଗାଇନଥିବା ଅଭିଯୋଗ ହୋଇଛି । ଦିନରାତି ପାର୍ସଲ ବୋହି ନିଜ ବାଇକ୍‌ରେ ଠିକଣା ସ୍ଥାନରେ ଡେଲିଭରି କରୁଛନ୍ତି କର୍ମଚାରୀ । କିନ୍ତୁ କମ୍ପାନୀ ପକ୍ଷରୁ ନା ବିମା ସୁବିଧା ରହିଛି , ନା ଇଏସ୍ଆଇର ସୁବିଧା ଅଛି । ତେଣୁ ତୁରନ୍ତ ମୃତକ ପରିବାରକୁ କମ୍ପାନୀ ପକ୍ଷରୁ କ୍ଷତିପୁରଣ ଏବଂ ସମସ୍ତ କର୍ମଚାରୀ ଙ୍କ ବିମା, ଇଏସ୍ଆଇ ଓ ପିଏଫ ଲାଗୁ ଦାବିରେ ଚାଲିଛି ଆନ୍ଦୋଳନ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।