ଦେଶ ବିଦେଶ

କ୍ଷତିପୂରଣ ଟଙ୍କା ଦେବା ସମୟରେ କନେଷ୍ଟବଳଙ୍କୁ ମାରପିଟ୍

ଦେବଗଡ଼: ବାରକୋଟ ଥାନା ବଲଣ୍ଡା ଗ୍ରାମରେ ଗତ ୮ ତାରିଖ ରାତିରେ ଜଣେ ଆଇଆର୍‌ବି କନେଷ୍ଟବଳଙ୍କ କାର ଧକ୍କାରେ ସେହି ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଏକ ଭିନ୍ନ ମୋଡ଼ ନେଇଛି। ଜାମିନ୍‌ରେ ଥିବା ସମ୍ପୃକ୍ତ କନେଷ୍ଟବଳ ଆଜି ସଂଧ୍ୟାରେ କ୍ଷତିପୂରଣ ବାବଦ ଟଙ୍କା ଦେବାକୁ ଯାଇଥିବା ସମୟରେ ଆକ୍ରୋଶର ଶିକାର ହୋଇଛନ୍ତି। ସମ୍ପୃକ୍ତ ଆଇଆର୍‌ବି ଯବାନଙ୍କଠାରୁ ଉଚିତ କ୍ଷତିପୂରଣ ଦାବିରେ ତାଙ୍କୁ ମାରପିଟ୍ କରିବା ସହ ସୋମବାର ସନ୍ଧ୍ୟାରେ ଗ୍ରାମବାସୀ ରାଉରକେଲା-ବାହାଡାପୋଷି ରାଜ୍ୟ ରାଜପଥ-୧୦ରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଆକ୍ରମଣ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଅତିରିକ୍ତ ଏସ୍‌ପି ହେମନ୍ତ ପଣ୍ଡା ଓ ଦେବଗଡ଼ ଥାନା ଆଇଆଇସି ସରୋଜ ସେଠୀ ପୁଲିସ ଫୋର୍ସ ସହାୟତାରେ ରାସ୍ତାରୋକ କରିଥିବା ଗ୍ରାମର କିଛି ଲୋକଙ୍କୁ ଉଠାଇ ନେଇଛନ୍ତି। ପ୍ରାୟ ୫ ଘଣ୍ଟା ପରେ ରାସ୍ତାରୋକ ହଟିବା ସହିତ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ଗତ ୮ ତାରିଖ ରାତିରେ ଆଇଆର୍‌ବି କନେଷ୍ଟବଳ ସୁଧୀର ବିଲୁଙ୍ଗଙ୍କ କାର ଧକ୍କାରେ ସେହି ଗ୍ରାମର ସିପୁନ ପାତ୍ରଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏହି ଘଟଣାରେ ସୁଧୀରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସୁଧୀର ଜାମିନରୁ ଆସି ନିଜେ ଟଙ୍କା ନେଇ ମୃତ ଯୁବକର ଗାଁରେ ପହଞ୍ଚିଥିଲେ। ହେଲେ ଘଟଣା ଦିନ ପ୍ରତିଶ୍ରୁତି ଅନୁଯାୟୀ କ୍ଷତିପୂରଣ ବାବଦରେ କମ୍ ଟଙ୍କା ଆଣିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଓ କିଛି ସମ୍ପର୍କୀୟ ସୁଧୀରଙ୍କୁ ଅଟକ ରଖି ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ