ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ଲିନ ବୋଲଡ ହେବା ପରେ ସଚିନଙ୍କ ତଣ୍ଟି ଚିପି ହତ୍ୟା କଲେ ବ୍ୟାଟ୍ସମ୍ୟାନ

କାନପୁର: ସାଙ୍ଗ ହୋଇ ସମସ୍ତେ କ୍ରିକେଟ ଖେଳୁଥିଲେ | ତେବେ ଆଉଟ ହେବାପରେ ବ୍ୟାଟ୍ସମ୍ୟାନଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା ଆଉ ବୋଲରଙ୍କ ତଣ୍ଟି ଚିପି ହତ୍ୟା କଲେ | ଉତ୍ତରପ୍ରଦେଶର କାନପୁରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କ୍ରିକେଟ୍ ଖେଳିବା ବେଳେ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ସମୟରେ କ୍ରୋଧିତ ହୋଇ ବ୍ୟାଟ୍ସମ୍ୟାନ୍ ବୋଲରଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ | ଏହା ପରେ ମ୍ୟାଚ୍ ଖେଳୁଥିବା ସାଥୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ଏବାବଦରେ ସମ୍ପର୍କୀୟମାନେ ସୂଚନା ପାଇ ଶୀଘ୍ର ଯୁବକଙ୍କୁ ଘାଟମପୁର ମେଡିକାଲକୁ ନେଇଥିଲେ | ଯେଉଁଠାରେ ଡାକ୍ତରମାନେ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସୂଚନା ମୁତାବକ କାନପୁରର ଘାଟମପୁରର ମୋହନ ସିଂ କହିଛନ୍ତି ଯେ ତାଙ୍କ ୧୫ ବର୍ଷର ପୁଅ ସଚିନ୍ ପଡ଼ିଆରେ ନିଜ ସାଙ୍ଗମାନଙ୍କ ସହ କ୍ରିକେଟ୍ ମ୍ୟାଚ୍ ଖେଳୁଥିଲେ। ସଚିନ ବୋଲିଂ କରୁଥିବାବେଳେ ସେହି ଗାଁର କିଶୋର(୧୭) ବ୍ୟାଟିଂ କରୁଥିଲେ | ତେବେ ସଚିନଙ୍କ ବଲରେ କିଶୋର ଆଉଟ ହୋଇଯାଇଥିଲେ | ତେବେ କିଶୋର ଆଉଟ ହୋଇନାହାନ୍ତି ବୋଲି କହିଥିଲେ | ଏହାକୁ ନେଇ ସଚିନ ଓ କିଶୋରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା | ବିବାଦ ଏତେ ବଢିଯାଇଥିଲା ଯେ କିଶୋର ରାଗିଯାଇ ସଚିନଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ।

ଏହା ପରେ କିଶୋର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ବିବାଦ ସମ୍ପର୍କରେ ଗ୍ରାମବାସୀ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ସମ୍ପର୍କୀୟମାନେ ତୁରନ୍ତ ସଚିନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଘାଟମପୁର ମେଡିକାଲକୁ ନେଇଥିଲେ। ଯେଉଁଠାରେ ଡାକ୍ତରମାନେ ସଚିନଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ପ୍ରସଙ୍ଗରେ ପୁଲିସ କହିଛି ସଚିନଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଘଟଣାର ତଦନ୍ତ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ