ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ରେମ୍‌ଲିନକୁ ନିମନ୍ତ୍ରଣ କରି କୁନିଝିଅର ଇଚ୍ଛା ପୂରଣ କଲେ ପୁଟିନ

ମସ୍କୋ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡାଗେସ୍ତାନର ଡରବେଣ୍ଟ ସହରକୁ ଯାଇଥିବା ବେଳେ ତାଙ୍କୁ ଦେଖିବାକୁ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟିକିଝିଅ ରାଇସାତ ଗହଳି ଯୋଗୁ ତାଙ୍କୁ ଦେଖିପାରି ନ ଥିଲା। ଏଥିରେ ଝିଅଟି ବହୁତ ମନଦୁଃଖରେ କାନ୍ଦିଥିଲା। ଝିଅର କାନ୍ଦିବାର ଭିଡ଼ିଓ ଭାଇରାଲ ହେବା ପରେ ରାଷ୍ଟ୍ରପତି ପୁଟିନ ଝିଅଟିକୁ ତା’ର ବାପାମାଆଙ୍କ ସହିତ କ୍ରେମ୍‌ଲିନସ୍ଥିତ ନିଜ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରି ତା’ର ଇଚ୍ଛା ପୂରଣ କରିଛନ୍ତି। ପୁଟିନ ରାଇସାତ ଆକିବୋଭା ନାମ୍ନୀ ମୁସଲମାନ ଝିଅଟିକୁ ସ୍ବାଗତ ଜଣାଇବା ସହ ସେ ତାକୁ ଡରବେଣ୍ଟରେ କାହିଁକି ଭେଟି ନଥିଲେ ତାହା ବୁଝାଇଥିଲେ।

ମସ୍କୋ ବାହାରକୁ ସେ ଯେହେତୁ ବାରମ୍ବାର ଯାଇପାରିବେ ନାହିଁ, ତେଣୁ ତାକୁ ବାପାମାଆଙ୍କ ସହ ଏଠାକୁ ନିମନ୍ତ୍ରଣ କରିଥିବା କହିଥିଲେ। ଏହାପରେ ପୁଟିନ ପ୍ରଧାନମନ୍ତ୍ରୀ ମିଖାଇଲ ମିସୁଷ୍ଟିନଙ୍କୁ ଝିଅ ସହ ପରିଚୟ କରାଇଥିଲେ। ରାଇସାତକୁ କ୍ରେମ୍‌ଲିନ ବୁଲାଇବାର ବ୍ୟବସ୍ଥା କରାଯାଇଥିଲା। ପୁଟିନ ଓ ରାଇସାତଙ୍କ ଆଳାପର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯାହାକୁ ବହୁତ ଲୋକ ପସନ୍ଦ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ