ଅପରାଧ ରାଜ୍ୟ

କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବା ଲୋଭରେ ଫସିଲେ, ୪୩ ହଜାର ଗୋଲ୍‌

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକ ଜାଲ ବିଛାଇଛନ୍ତି। ପ୍ରତିଦିନ ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ଲୁଟୁଛନ୍ତି। ଏଥର ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳର ଜଣେ ଯୁବକ ସାଇବର୍‌ ଠକେଇର ଶିକାର ହୋଇଛନ୍ତି ହୀରାକୁଦ ପଥର ଲାଇନ୍‌ର ଦୀପ୍ତିରଞ୍ଜନ ପଣ୍ଡା(୨୫)। ଦୀପ୍ତିଙ୍କୁ ମଙ୍ଗଳବାର ଦିନ ୧୧ଟା ୩୮ରେ ଏକ କଲ୍‌ ଆସିଲା।

ସେ କଲ୍‌ ଉଠାଇବାରୁ ସାଇବର୍‌ ଠକ ଜଣକ ଆର୍‌ବିଏଲ୍‌ ବ୍ୟାଙ୍କର କଷ୍ଟମର୍‌ କେୟାର୍‌ରୁ କହୁଛି ବୋଲି କହିବା ସହିତ ତାଙ୍କ କ୍ରେଡିଟ୍‌ କାର୍ଡ ଲିମିଟ୍‌ ବଢ଼ାଇବାକୁ କହିଥିଲା। ଲିମିଟ୍‌ ବଢ଼ାଇବା ଲୋଭ ଦେଖାଇ ସାଇବର୍‌ ଠକ ତାଙ୍କୁ ଏକ ଓଟିପି ମାଗିଥିଲା। ଲିମିଟ୍‌ ବଢ଼ିବ ଭାବି ଆଗପଛ କିଛି ବିଚାର ନ କରି ଦୀପ୍ତି ପାଇଥିବା ଓଟିପିକୁ ସାଇବର୍‌ ଠକକୁ କହିଦେଇଥିଲେ। ଏହାପରେ ତାଙ୍କ ଆର୍‌ବିଏଲ୍‌ କ୍ରେଡିଟ୍‌ କାର୍ଡରୁ ୪୩ ହଜାର ଟଙ୍କା କଟି ଯାଇଥିଲା। ଟଙ୍କା କାଟିବା ପରେ ସାଇବର୍‌ ଠକ କଲ୍‌ ବି କାଟି ଦେଇଥିଲା। ଏହାପରେ ଦୀପ୍ତି ସେହି ନମ୍ବରରେ କଲ୍‌ କରିଥିଲେ। କିନ୍ତୁ ଠକ ଜଣକ ଆଉ କଲ୍‌ ଉଠାଇ ନଥିଲା। ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ ମଙ୍ଗଳବାର ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।