କଟକ: ଦିନ କେଇଟାରେ ଆସି ଯିବ ବଡ଼ଦିନ ବା କ୍ରିସମାସ। ତା’ ପରକୁ ନୂଆବର୍ଷ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହର। କରୋନା ପାଇଁ କ୍ରିସମାସ ଓ ନୂଆବର୍ଷରେ ପୂର୍ବଭଳି ଆୟୋଜନର ଚମକ ନାହିଁ। ହେଲେ ଏହି ଦିନକୁ ଆକର୍ଷଣୀୟ କରିବା ପାଇଁ ସହରରେ ଥିବା ହୋଟେଲ ଗୁଡ଼ିକ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଏହି ଦିନରେ କେକ୍ କାଟି, ଚର୍ଚ୍ଚ, ଘର ଇତ୍ୟାଦି ସଜେଇବା ସହ ନିଜ ବନ୍ଧୁ ସମ୍ପର୍କୀୟଙ୍କୁ ଭକି କି ଭଳି ଗିଫ୍ଟ , ଗ୍ରିଟିଂକାର୍ଡ ଦେଇ ଶୁଭେଚ୍ଛା ଜଣାଇଥାନ୍ତି ସହରବାସୀ। ଏହାସହ ଆତ୍ମୀୟସ୍ଵଜନଙ୍କ ସହ ଭିନ୍ନ ଭିନ୍ନ ଜାଗାକୁ ବୁଲିବାକୁ ଯିବା ସହ ହୋଟେଲରେ ଖାଦ୍ୟ ଖାଇ ଏହି ଦିନକୁ ପାଳିଥାନ୍ତି। ଏହି ଦିନରେ ଗିଫ୍ଟ ଦୋକାନୀ ମାନେ ବିଭିନ୍ନ ଭେରାଇଟିର ଜିନିଷ ଆଣି ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି। କ୍ରିସମାସ ଓ ନୂଆବର୍ଷରେ ଘର ସଜା ଜିନିଷ ସହ ଗିଫ୍ଟ ଓ ଗ୍ରିଟିଂ କାର୍ଡ଼ର ରହିଥାଏ ଅଧିକ ଚାହିଦା। କ୍ରିସମାସ ପାଇଁ ଘର ଓ ଚର୍ଚ୍ଚ ସଜା ଜିନିଷ ମଧ୍ୟରେ- ସ୍ନୋ ଟ୍ରି, କ୍ରିସମାସ ଟ୍ରି, ସାଣ୍ଟାକ୍ଲଜ ଟୟ, ସାଣ୍ଟାକ୍ଲଜ ମାକ୍ସ କ୍ୟାପ, ସାଣ୍ଟାକ୍ଲଜ ଓ କ୍ରିସମାସ ଷ୍ଟିକର, ଷ୍ଟାର, ବଲ, ଆର୍ଟିଫିସିଆଲ ଫ୍ଲାୱାର, ସିଙ୍ଗିଲ ବେଲ, ହ୍ୟାଙ୍ଗିଙ୍ଗବେଲ, କ୍ରିସମାସ ବକ୍ସ, ସାଣ୍ଟାକ୍ଲଜ ଡ଼୍ରେସ, ସାଣ୍ଟାକ୍ଲଜ ହେଡ଼୍ ଇତ୍ୟାଦି ରହିଛି।
ସ୍ନୋ ଟ୍ରି ୪୫ ଶହ ଟଙ୍କା, କ୍ରିସମାସ ଟ୍ରି ୬୦ ରୁ ୪ ହଜାର ଟଙ୍କା, ସାଣ୍ଟାକ୍ଲଜ ଟୟ ଗୋଟା ୬୦ ଟଙ୍କା, ସାଣ୍ଟାକ୍ଲଜ ମାକ୍ସ କ୍ୟାପ ଗୋଟା ୧୫୦ ଟଙ୍କା, ସାଣ୍ଟାକ୍ଲଜ ଓ କ୍ରିସମାସ ଷ୍ଟିକର ଗୋଟା ୯୦ ଟଙ୍କା, ସାଇନିଂ ଷ୍ଟାର ପ୍ୟାକେଟ୍ ୩୬ ଟଙ୍କା, ସାଇନିଂ ବଲ ପ୍ୟାକେଟ୍ ୨୭ ଟଙ୍କା, ଆର୍ଟିଫିସିଆଲ ଫ୍ଲାୱାର ଗୋଟା ୪୦ ଟଙ୍କା, ସିଙ୍ଗିଲ ବେଲ ୮୦ ରୁ ୨ଶହ ଟଙ୍କା, ହ୍ୟାଙ୍ଗିଙ୍ଗ ବେଲ ୨ଶହ ଟଙ୍କା, କ୍ରିସମାସ ବକ୍ସ ୧୫୦ ରୁ ୧୮୦ ଟଙ୍କା, ସାଣ୍ଟାକ୍ଲଜ ଡ଼୍ରେସ ୩ଶହ ରୁ ୧୩ଶହ ଟଙ୍କା, ସାଣ୍ଟାକ୍ଲଜ ହେଡ଼୍ ଗୋଟା ୪ଶହ ଟଙ୍କା ରହିଛି। ଏଥିମଧ୍ୟରୁ ସ୍ନୋ ଟ୍ରି, କ୍ରିସମାସ ବକ୍ସ, ସାଣ୍ଟାକ୍ଲଜ ହେଡ଼୍ ନୂଆ କରି ଆସିଥିବାରୁ ଏହାର ଚାହିଦା ଅଧିକ ରହିଛି। ସେହିଭଳି ଗିଫ୍ଟ ଓ କାର୍ଡ଼ ମଧ୍ୟରେ ରହିଛି ଗଡ଼ ଫ୍ରେମ୍, ଲାଇଟିନିଂ କପଲ, ଲଭ ଡେଷ୍ଟିନେସନ, ଚକୋଲେଟ୍ ବାସ୍କେଟ୍ ଓ ଡ଼୍ରାଏଫ୍ରୁଟ୍ ବାସକେଟ। କାର୍ଡ଼ ମଧ୍ୟରେ ରହିଛି ନୂଆବର୍ଷ ଓ କ୍ରିସମାସର ଭଳି କି ଭଳି ଶୁଭେଚ୍ଛା କାର୍ଡ଼। ଯାହାର ଦର ୩୦ ଟଙ୍କାରୁ ଆରମ୍ଭ କରି ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଗିଫ୍ଟ ଗୁଡ଼ିକର ଦର ଗଡ଼ ଫ୍ରେମ୍ ୫ଶହ ରୁ ୧ହଜାର ଟଙ୍କା, ଲାଇଟନିଂ କପଲ ୩ଶହ ଟଙ୍କା, ଲଭ ଡ଼େଷ୍ଟିନେସନ ୩ଶହ ଟଙ୍କା, ଚକୋଲେଟ୍ ବାସ୍କେଟ୍ ଓ ଡ଼୍ରାଏଫ୍ରୁଟ୍ ବାସ୍କେଟ ୨ଶହରୁ ୫ଶହ ଟଙ୍କା ରହିଛି। ନୂଆକରି ଗଡ଼ ଫ୍ରେମ୍, ଚକୋଲେଟ୍ ବାସ୍କେଟ୍ ଓ ଡ଼୍ରାଏଫ୍ରୁଟ୍ ବାସ୍କେଟ ରହିଥିବାରୁ ଏହାର ଅଧିକ ଚାହିଦା ରହିଛି।
ଗଡ୍ ଫ୍ରେମ୍, ଚକୋଲେଟ୍ ଓ ଡ୍ରାଏଫ୍ରୁଟ୍ ବାସ୍କେଟ୍
କ୍ରିସମାସ ଓ ନୂଆବର୍ଷ ପାଇଁ ସାଧାରଣତଃ ଗ୍ରିଟିଂ କାର୍ଡ଼ର ବହୁ ଚାହିଦା ଥାଏ। ହେଲେ ଏବେ ଲୋକଙ୍କ ରୁଚି ବଦଳିଛି କେବଳ ଗ୍ରିଟିଂ କାର୍ଡ଼ ନୁହେଁ ଏହା ସହ ଭଳି କି ଭଳି ଉପହାର ଦେଇ ଏହି ଦିନରେ ପରସ୍ପରକୁ ଶଭେଚ୍ଛା ଜଣାଉଛନ୍ତି ଲୋକେ। ତେବେ ଦୋକାନରେ ବହୁ ଭେରାଇଟିର ଜିନିଷ ରହିଛି। ସେଥି ମଧ୍ୟରୁ ଗଡ଼ ଫ୍ରେମ୍, ଚକୋଲେଟ ଓ ଡ୍ରାଏଫ୍ରୁଟ ବାସ୍କେଟ୍ ସ୍ବତନ୍ତ୍ର ରହିଛି। ଆଶା ଅଛି ଗ୍ରାହକ ଏହାକୁ ପସନ୍ଦ କରିବେ ଓ ବେପାର ଭଲ ହେବ।
କ୍ଷିରୋଦ ସାହୁ, ମାଲିକ, ଆର୍ଚିଜ, କଲେଜ ଛକ
ସ୍ନୋ ଟ୍ରିର ଅଧିକ ଚାହିଦା
ପ୍ରଥମ କରି ସ୍ନୋ ଟ୍ରି ଚଳିତ ବର୍ଷ ଆସିଥିବା ବେଳେ ଏହାର ଚାହିଦା ଅଧିକ ରହିଛି। ଲୋକେ ଏହାକୁ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହା ସହ ଘର ସଜା ଜିନିଷର ମଧ୍ୟ ଡ଼ିମାଣ୍ତ ରହିଛି। ଦର ବୃଦ୍ଧି ପାଇଁ ବେପାର ସାମାନ୍ୟ ପ୍ରଭାବିତ ହୋଇଛି ହେଲେ ବେପାର ଭଲ ହେବା ନେଇ ମନରେ ଆଶା ରହିଛି।
ଶୁବାଶିଷ ଦାସ,
ଗୋରେଖନାଥ ଟ୍ରେଡର୍ସ, ପିଠାପୁର
ବେପାର ଭଲ ରହିଛି
ଦର ଦାମ ବୃଦ୍ଧି ହୋଇଛି। ହେଲେ ଲୋକଙ୍କ ଉତ୍ସାହ କମିନାହିଁ। ଲୋକେ ଜିନିଷ କିଣି ନେଇ ଚର୍ଚ୍ଚ ସହ ନିଜ ଘର ସଜାଇବାକୁ ଆଗଭର ହୋଇଛନ୍ତି। ଦର ବୃଦ୍ଧି ମନରେ ଭୟ ସୃଷ୍ଟି କରିଛି। ଆଶା ରହିଛି ଭଲ ଦୁଇ ପଇସା ବେପାର ହେବ।
ବସନ୍ତ ମୂଳିଆ, ମାଲିକ,
ଜୟ ଜଗନ୍ନାଥ ଷ୍ଟୋର, ଦୋଳମୁଣ୍ତାଇ
ବଟର୍ କେକ୍ର ଅଧିକ ଡିମାଣ୍ତ
କ୍ରିସମାସରେ ମୁଖ୍ୟତଃ କେକ୍ର ଅଧିକ ଡ଼ିମାଣ୍ତ ରହିଛି। କେକ୍ ମଧ୍ୟରେ ଫ୍ରୁଟ୍ ଭେଜ୍ କେକ୍, ଫ୍ରୁଟ୍ ନନ୍ଭେଜ କେକ୍, ବଟର କେକ୍, ବଟର ସ୍କଚ୍, ରେଡ଼୍ ଭେଲଭେଟ୍, ବ୍ଲାକ ଫରେଷ୍ଟ କେକ୍ ରହିଛି। ଯାହାର ଦର ଫ୍ରୁଟ୍ ଭେଜ୍ କେକ୍ ଓ ଫ୍ରୁଟ୍ ନନ୍ଭେଜ କେକ୍ ହାପ୍ ପାଉଣ୍ତ ୪୦ ଟଙ୍କା, ଫୁଲ୍ ପାଉଣ୍ତ ୮୦ ଟଙ୍କା, ବଟର କେକ୍ ହାପ୍ ପାଉଣ୍ତ ୬୦ ଟଙ୍କା, ଫୁଲ ପାଉଣ୍ତ ୧୨୦ ଟଙ୍କା, ଦେଢ଼ ପାଉଣ୍ତ ୨୮୦ ଟଙ୍କା, ବଟର ସ୍କଚ୍ ୩୫୦ ଟଙ୍କା, ରେଡ଼୍ ଭେଲଭେଟ୍ ୩୭୫ ଟଙ୍କା, ବ୍ଲାକ ଫରେଷ୍ଟ କେକ୍ ୨୭୫ ରୁ ୪୦୦ ଟଙ୍କା ରହିଛି। ନୂଆ କରି ବଟର୍ କେକ୍ ରହିଥିବାରୁ ଏହାକୁ ଲୋକେ ଅଧିକ ପସନ୍ଦ କରିଛନ୍ତି। ଫ୍ରୁଟ୍ କେକ୍ ମଧ୍ୟରେ ଭେଜ ଓ ନନ୍ ଭେଜ ଫ୍ରୁଟ୍ କେକ୍, ବଟର କେକ୍ ରହିଛି। ଏଥି ମଧ୍ୟରୁ ଲୋକେ ଅଧିକାଂଶ ବଟର କେକ୍ ପାଇଁ ଆଗ୍ରହୀ ରହିଥାନ୍ତି। ତେବେ ୩ ଦିନ ହେବ ଦୋକାନରେ କେକ୍ ବେପାର ଆରମ୍ଭ ହୋଇଛି। ଏବେ ବହୁ ଅର୍ଡ଼ର ମଧ୍ୟ ଆସୁଛି। ଆଶା ରହିଛି କ୍ରିସମାସ ମଧ୍ୟରେ ବେପାର ଖୁବ୍ ଭଲ ହେବ।
ସୁରଜ ଭଗତ, ମାଲିକ,
ଲକ୍ଷ୍ମୀ ମିକ୍ସଚର, ବକ୍ସି ବଜାର
ରେଡ୍ ଭେଲଭେଟ୍ କେକ୍
କ୍ରିସାମସକୁ ନଜରରେ ରଖି ବିଭିନ୍ନ ଭେରାଇଟିର କେକ୍ ରହିଛି। ସେଥିମଧ୍ୟରୁ ରେଡ଼୍ ଭେଲଭେଟ୍ କେକ୍ ସ୍ବତନ୍ତ୍ର ରହିଛି। କ୍ରିସମାସ ପାଇଁ ଏବେ ଠାରୁ କେକ୍ର ଅର୍ଡ଼ର ଆସିବା ଆରମ୍ଭ ହୋଇଯାଇଛି। ଆଶା ରହିଛି କ୍ରିସମାସ ଓ ନୂଆବର୍ଷରେ ବେପାର ଖୁବ୍ ଭଲ ହେବ।
ଶୁଭେନ୍ଦୁ ପାଣି, ମାଲିକ,
ମି ଆମୋର, ଲିଙ୍କରୋଡ଼
ସ୍ନୋ ଥିମ୍ ଡେକୋରେସନ୍, ରାମ୍ବୋସ୍ ହୋଲ୍ ଫିସ୍ ସ୍ପେଶାଲ
ହୋଟେଲ ତରଫରୁ ବିଭିନ୍ନ ପର୍ବପର୍ବାଣୀରେ ଗ୍ରାହକଙ୍କ ପାଇଁ ଭଳି କି ଭଳି ଖାଦ୍ୟର ବ୍ୟବସ୍ଥା କରାଯାଇଥାଏ। ସେହିପରି କ୍ରିସମାସ ଓ ନୂଆବର୍ଷ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। କ୍ରିସମାସ ପାଇଁ ସମ୍ପୂର୍ଣ୍ଣ ହୋଟେଲକୁ ସ୍ନୋ ଓ କ୍ରିସମାସ ଥିମ୍ରେ ସଜାଯିବ। ଏହାସହ ସାଣ୍ଟାକ୍ଲଜ ଗ୍ରାହକଙ୍କୁ ଖାଦ୍ୟ ପରସିବ। କ୍ରିସମାସ ପାଇଁ ସି ଫୁଡ଼ ଓ ଚାଇନିଜ୍ ଫେଷ୍ଟିଭାଲ ଆରମ୍ଭ ହୋବକୁ ଯାଉଛି। ଖାଦ୍ୟ ମଧ୍ୟରେ ମାଲାବାର ପ୍ରନ୍, ପ୍ରନ୍ ପାମ୍ପୁରେ, ସଣ୍ତାଇ ଚିକେନ୍, ଗ୍ରିନ୍ ଚିଲି ପିଜ୍, ଲେମନ ହନି ସିସିଲିଆନ୍, ରାମ୍ବୋସ୍ ହୋଲ ଫିସ୍, ବ୍ରାଞ୍ଚୋସ୍ ଚିକେନ୍ ରହିଛି।
ରିତେଶ ନାୟକ, ମ୍ୟାନେଜର,
ଗ୍ରାଣ୍ତ ରେସିଡ଼େନ୍ସି, ପାଲାମଣ୍ତପ
ବାର୍ବିକ୍ୟୁ ଲାଇଭ୍ ସ୍ପେଶାଲ୍
କ୍ରିସମାସ ଓ ନୂଆବର୍ଷ ପାଇଁ ମ୍ୟୁଜିକ ନାଇଟର ବ୍ୟବସ୍ଥା କରାଯାଇଥାଏ ହେଲେ କୋଭଡ଼ି କଟକଣାକୁ ନଜରରେ ରଖି ଏହା ବନ୍ଦ କରାଯାଇଛି। ହେଲେ ହୋଟେଲକୁ କ୍ରିସମାସ ଥିମ୍ରେ ସଜାଯିବ। ଖାଦ୍ୟରେ ବାରବିକ୍ୟୁ ଲାଇଭର ବ୍ୟବସ୍ଥା ରହିଛି। ଯେଉଁଥିରେ ଚାରକୋଲରେ ଲାଇଭ ସହ ଏହାକୁ ତନ୍ଦୁର ବନାଯିବ। ସମସ୍ତ ଭେଜ ଓ ନନ୍ ଭେଜ ଓ ଏକ୍ଜଟିକ୍ ଫୁଡ଼କୁ ନେଇ ଏହି ବାରବିକ୍ୟୁ ରହିଛି। ଏହା ନୂଆବର୍ଷର ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।
ସୁମିତ କୁମାର ସାହୁ, ମାଲିକ,
ବ୍ଲାଷ୍ଟ, କଲେଜ ସ୍କୋୟାର
କବାବ୍ ଭେଜ୍ ଓ ନନ୍ଭେଜ୍, ପମ୍ପ୍ରେଟ୍ ଉଇଥ୍ ବାର୍ବିକ୍ୟୁ
ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ବେଲୁନରେ ସଜାଯିବ। ଖାଦ୍ୟ ମଧ୍ୟରେ ଭେଜ ଦମ୍ ବିରିୟାନୀ, ଚିକେନ୍ ଦମ୍ ବିରିୟାନୀ, ମଟନ ଦମ୍ ବିରିୟାନୀ, ପ୍ରନ୍ ଦମ୍ ବିରିୟାନୀ, ମଟନ ହାଣ୍ତି, ତନ୍ଦୁରୀ ପମ୍ପ୍ରେଟ୍, ପମ୍ପ୍ରେଟ ଉଇଥ ବାରବିକ୍ୟୁ, କବାବ୍ ଭେଜ ଓ ନନ୍ଭେଜ ରହିଛି। ସସମ୍ତ ଖାଦ୍ୟରେ ୧୦ ପ୍ରତିଶତ ରିହାତି ରହିଛି। ଏହା ନୂଆବର୍ଷର ଏକ ସପ୍ତାହ ପର୍ଯ୍ୟନ୍ତ ରହିବ।
ଅଭୟ କୁମାର ପରିଡ଼ା,
ମାଲିକ, ବିଏନ୍ସନ ବ୍ଲୁ, ଶିଖରପୁର

ସିକନ୍ଦରୀ ରାନ୍ ଓ ନାରଙ୍ଗୀ ସେରବା ସ୍ପେଶାଲ୍
ହୋଟେଲ ପକ୍ଷରୁ ପ୍ରତିବର୍ଷ ଏହି ଦିନ ଗୁଡ଼ିକରେ ଭଳି କି ଭଳି ସୁସ୍ବାଦ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। କ୍ରିସମାସ ଓ ନୂଆବର୍ଷକୁ ନଜରରେ ରଖି ସମ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ହୋଟେଲକୁ କ୍ରିସମାସ ଥିମ୍ ଓ ବେଲୁନରେ ସଜାଯିବ ସହ ଖାଦ୍ୟ ମଧ୍ୟରେ ସିକନ୍ଦରୀ ରାନ୍, ନାରଙ୍ଗୀ ସେରବା, ରୋଷ୍ଟେଡ଼ ତୁରକେ ଉଇଥ ରେଡ଼୍ ୱାଇନ ସସ୍, ବେକ୍ଡ଼ ସି ଫୁଡ଼୍, ସ୍ପାନିସ୍ ଆଲିଓଲି, କ୍ରିମ୍ ବ୍ରୁଲି ରହିଛି। ଏଥିମଧ୍ୟରୁ ସିକନ୍ଦରୀ ରାଣ ଓ ନାରଙ୍ଗୀ ସେରବା ସ୍ପେଶାଲ ରହିଥିବାବେଳେ ଏହା ନୂଆବର୍ଷର ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।
ମହମ୍ମଦ ଅସରଫ୍, ମ୍ୟାନେଜର,
ଗୋଲ୍ଡ଼େନ ସ୍ପୁନ୍, ଷ୍ଟାଡ଼ିୟମ ରୋଡ଼
କମ୍ପ୍ଲିମେଣ୍ଟାରି ଆଇସ୍କ୍ରିମ୍ ଉଇଥ୍ ଚକୋ ସସ୍
ଗ୍ରାହକଙ୍କ ପସନ୍ଦକୁ ବହୁ ଗୁରୁତ୍ବ ଦେଇଥାଉ। ଏହି ଦିନ ଗୁଡ଼ିକୁ ଗ୍ରାହକ ବେଶ ଧୁମଧାମରେ ପାଳିବାକୁ ପସନ୍ଦ କରିଥାନ୍ତି। ଏହାକୁ ସ୍ବତନ୍ତ୍ର ଖାଦ୍ୟ ମେନ୍ୟୁ ପ୍ରସ୍ତୁତ କରାଯାଇଛି। ଯାହାକି ଆମାଗୀ ନୂଆବର୍ଷର ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ତେବେ ଖାଦ୍ୟ ମେନ୍ୟୁ ମଧ୍ୟରେ ଚିକେନ୍ ଜଫରାନୀ କବାବ, ମଟନ ଦମ୍ ଅଫଗାନୀ ବିରିୟାନୀ ଉଇଥ ସିଙ୍ଗାପୁର ଚିକେନ/ ପ୍ରନ୍, ଚିକେନ୍ ସାହି ସୋନା, କୁଙ୍ଗ ପାଓ ଚିକେନ, ସେସ୍ମି ଚିକେନ ରହିଛି। ଏହାସହ ଏକ ହଜାରରୁ ଅଧିକ ବିଲ୍ ହେଲେ ହୋଟେଲ ପକ୍ଷରୁ ଆଇସକ୍ରିମ ଉଇଥ ଚକୋ ସସ୍ କମ୍ପ୍ଲିମେଣ୍ଟାରୀ ଗ୍ରାହକଙ୍କୁ ଦିଆଯିବ।
ଉମାକାନ୍ତ ପରିଡ଼ା, ମ୍ୟାନେଜର ,
ଶିତଲ ହୋଟେଲ, ଲିଙ୍କରୋଡ଼
ଲାକ୍ଟୋ ଚିକେନ୍ ସ୍ପେଶାଲ୍
ହୋଟେଲକୁ କ୍ରିସମାସ ଥିମ୍ରେ ସଜାଯିବ। ସସମ୍ତ ଖାଦ୍ୟ ନୂଆବର୍ଷର ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ଖାଦ୍ୟ ମଧ୍ୟରେ ଲାକ୍ଟୋ ଚିକେନ୍, ଏଗ୍ ମଖ୍ମଲ୍ଲୀ, ଡ଼ାବ୍ ଚିଙ୍ଗରୀ, ପନିର ସାହି ସାଲାଡ଼ ରହିଛି।
ଭାନୁ ପ୍ରକାଶ ମହାପାତ୍ର,
ମ୍ୟାନେଜର, ଆଦିତ୍ୟ ସ୍ପାଇସ, ଶିଖରପୁର
