ନୂଆଦିଲ୍ଲୀ ୦୧/୦୪ : ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଂଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରୁ ଆଇପିଏଲ ସିଜନ-୧୪ ଆରମ୍ଭ ହେବ। କ୍ରିକେଟ ମହାକୁମ୍ଭ ପୂର୍ବରୁ କିଛି ରୋମାଞ୍ଚକ ତଥ୍ୟ ଜାଣନ୍ତୁ। କେଉଁ ଖେଳାଳି ଆଇପିଏଲରେ ସବୁଠାରୁ ଅଧିକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଜିତିଛନ୍ତି ଜାଣନ୍ତୁ।
ଆଇପିଏଲରେ ସବୁଠାରୁ ଅଧିକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଜିତିଥିବା ଖେଳାଳି ହେଲେ ଏବି ଡିଭିଲିୟର୍ସ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଏହି ଖେଳାଳି ଏବେ ସୁଦ୍ଧା ସର୍ବାଧିକ ୨୩ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଜିତିଛନ୍ତି।
ଦ୍ୱିତୀୟ ସ୍ଥାନରେ ଅଛନ୍ତି କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ବ୍ୟାଟ୍ସମ୍ୟାନ କ୍ରିସ୍ ଗିଲ୍। କ୍ରିସ୍ ଗିଲ୍ ନିଜ ଦମରେ ଖେଳର ଆଭିମୁଖ୍ୟ ବଦଳାଇ ଦେଇଥାନ୍ତି। ସେ ୨୨ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଜିତିଛନ୍ତି।
ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା। ରୋହିତ ଶର୍ମା ଆଇପିଏଲରେ ୧୮ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଜିତିଛନ୍ତି। ମୁମ୍ବାଇ ଇଂଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ଆଇପିଏଲରେ ସର୍ବାଧିକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଜିତିଥିବା ଭାରତୀୟ ଖେଳାଳି।
ଆଇପିଏଲରେ ସବୁଠାରୁ ଅଧିକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଜିତିଥିବା ଖେଳାଳିଙ୍କ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ନର ଓ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି। ଦୁହେଁ ୧୭-୧୭ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଜିତିଛନ୍ତି।
ତା’ଛଡା ଶେନ ୱାଟସନ, ୟୁସୁଫ ପଠାନ ୧୬-୧୬ ଥର ଓ ସୁରେଶ ରାଇନା ୧୪ ଥର ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଆୱାର୍ଡ ଜିତିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ କ୍ୟାପଟେନ୍ ବିରାଟ କୋହଲି ଆଇପିଏଲରେ ୧୩ ଥର ମ୍ୟାନ୍ ଅଫ୍ ଦ୍ ମ୍ୟାଚ୍ ଜିତିଛନ୍ତି।