ଖେଳ ଦେଶ ବିଦେଶ

କ୍ରିକେଟର ହୋଇ ମୈଦାନକୁ ଓହ୍ଲାଇବେ ଶ୍ରୟସ ତଲପଡେ, ଫିଲ୍ମ ‘କୌନ୍ ପ୍ରବୀଣ ତାମ୍ବେ’ର ଟ୍ରେଲର ରିଲିଜ୍

ନୂଆଦିଲ୍ଳୀ ୧୨।୦୩ : ୪୧ ବର୍ଷ ବୟସରେ ମୁମ୍ବାଇର ମୈଦାନରୁ ଆଇପିଏଲରେ ପଦାର୍ପଣ କରିଥିଲେ ପ୍ରବୀଣ ତାମ୍ବେ । ଯେଉଁ ବୟସରେ କ୍ରୀଡାବିତ ମାନେ ଅବସର ଗ୍ରହଣ ନିଅନ୍ତି ସେହି ବୟସରେ ସେ ପାଦ ଥାପି ସମସ୍ତଙ୍କୁ ଚମକାଇ ଦେଇଥିଲେ ତାମ୍ବେ । ୪୧ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପାଦ ଦେଇଥିବା ତାମ୍ବେଙ୍କ ଜୀବନ କୌଣସି ସିନେମା ଠାରୁ କମ ନୁହେଁ । ତାମ୍ବେଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ କୌନ୍ ପ୍ରବୀଣ ତାମ୍ବେର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲରଟି ଅତ୍ୟନ୍ତ ରୋମାଞ୍ଚକର ରହିଥିବା ବେଳେ ଏହାର କିଛି ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

ଶ୍ରେୟସ୍ ତଲପଡେ ଏହି ଫିଲ୍ମରେ ତାମ୍ବେଙ୍କ ଚରିତ୍ରରେ ନଜର ଆସିଛନ୍ତି । କିଭଳି କ୍ରିକେଟକୁ ନିଜ କ୍ୟାରିୟର କରିବାର ସ୍ୱପ୍ନ ଦେଖୁଥିବା ଜଣେ ଯୁବକର ସମସ୍ତ ଆଶା ଆଶାରେ ରହିଯାଉଛି । ହେଲେ ସେ ନିଜ ପ୍ରୟାସରୁ କେବେ ବି ବିରତ ହେଉ ନାହିଁ । ଏଭଳି ଏକ ବାସ୍ତବ କାହାଣୀକୁ ଟ୍ରେଲରରେ ଦେଖିବାକୁ ମିଳିଛି । ମୂଳରୁ ରଣଜୀ ଟ୍ରଫି ଖେଳିନଥିବା ଜଣେ କ୍ରିକେଟର ଉପରେ ରାହୁଲ ଦ୍ରାବିଡଙ୍କ ନଜର ପଡିବା ପରେ କିଭଳି ତାଙ୍କ କ୍ୟାରିୟର ପରିବର୍ତ୍ତନ ହୋଇଛି ତାହା ବିଷୟରେ ବର୍ଣ୍ଣନା କରାଯାଇଛି ।

ଏପରିକି ଦ୍ରାବିଡ ଏକ ଭାଷଣରେ ତେନ୍ଦୁଲକର ବା ଲକ୍ଷ୍ମଣଙ୍କ ବିଷୟରେ ନୁହେଁ ବରଂ ତାମ୍ବେଙ୍କ ବିଷୟରେ କହୁଥିବାର ଦୃଶ୍ୟରୁ ହିଁ ଟ୍ରେଲର ଆରମ୍ଭ ହୋଇଛି । ଆଶିଷ ବିଦ୍ୟାର୍ଥୀ ପ୍ରବୀଣଙ୍କ କୋଚ୍ ଭୂମିକାରେ ନଜର ଆସିଥିବା ବେଳେ ଅଞ୍ଜଳି ପାଟିଲ ତାମ୍ବେଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପରମବ୍ରତ ଚାଟାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଜୟପ୍ରଦ ଦେଶାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିକୁ ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ଏପ୍ରିଲ ୧ରେ ରିଲିଜ୍ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ